ଖେଳୁଥିବାବେଳେ ପିଚୁ କଡେଇରେ ପଡି ୩ ଶିଶୁ ଗୁରୁତର

0
549
three-children-were-injured-in-falling-into-a-pichu-pot while playing

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା କନକନା ଗାଁରେ ଅଘଟଣ। ପିଚୁ କଡେଇରେ ପଡି ୩ ଶିଶୁ ଗୁରୁତର ହୋଇଛନ୍ତି । ରାସ୍ତା କାମ ଚାଲୁଥିବା ବେଳେ ଏକ କଡେଇରେ ପଡିଗଲେ ୩ ଜଣ ଶିଶୁ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ କନକନା ଗାଁରେ । ରାସ୍ତା କାମ ପାଇଁ ଥିବା ପିଚୁ କଡେଇରେ ଅସାବଧାନତା ହେତୁ ୩ ଶିଶୁ ପଡ଼ିଯାଇଥିବା ଜଣାପଡିଛି । ସମସ୍ତ ଆହତ ଶିଶୁମାନଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସୂଚନା ଅନୁସାରେ , କନକନା ଗାଁର ରାସ୍ତା କାମ ଚାଲୁଥିଲା। ଗତକାଲି ହୋଲି ପାଇଁ ରାସ୍ତା କାମ ବନ୍ଦ ଥିଲା। ଆଜି ସକାଳେ ରାସ୍ତାକଡ଼ରେ ଥିବା ପିଚୁକଡେଇ ନିକଟରେ କିଛି ପିଲା ଖେଳୁଥିଲେ। ଖେଳୁ ଖେଳୁ ଦୁଇ ଜଣ ପିଲା ଆସାବଧାନ କାରଣରୁ ପିଚୁକଡେଇରେ ପଡ଼ି ଯାଇଥିଲେ। ଆଉ ଜଣେ ଶିଶୁ ସେମାନଙ୍କୁ ଉଦ୍ଧାର କରି ସେ ମଧ୍ୟ ପଡ଼ିଯାଇଥିଲେ। ଗାଁ ଲୋକେ କିରୋସିନ ଢ଼ାଳି ପିଲାମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Also Read  Uttam Mohanty Health Condition Stable