ବଲାଙ୍ଗୀର: ଚାଲିଥିଲା ବାଘ ଛାଲ ବିକ୍ରି ପାଇଁ ଡିଲ୍ । ହଠାତ ମାଡି ବସିଲା STF । କବ୍ଜାରେ ବାଘ ଛାଲ ଚୋରା ଚାଲାଣକାରୀ। ବଲାଙ୍ଗିର ବନବିଭାଗ ସହାୟତାରେ ଟିକରପଡ଼ା ସଇନ୍ତଳା ଅ଼ଞ୍ଚଳରେ ବାଘ ଛାଲ ଡିଲ୍ ବେଳେ ମାଡିବସିଛି। ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯିବା ସହ ଗୋଟିଏ ବାଘ ଛାଲ ଜବତ କରାଯାଇଛି।
ସୂଚନାଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ସଇଁତଳା ଟିକ୍ରପଡ଼ା ରାସ୍ତାରେ ଜଣେ ବ୍ୟକ୍ତି ଏହି ଛାଲ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ଏନେଇ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ ଚଢାଉ କରିଥିଲା । ଏହାପରେ ଅଭିଯୁକ୍ତ ଠାରୁ ଗୋଟିଏ କଲରାପତରିଆ ଚିତା ବାଘର ଚମଡା ଜବତ କରିଥିଲା । ଗିରଫ ଅଭିଯୁକ୍ତ ଜଣକ ଆଦିକାନ୍ତ ଘିୱାଲା ବୋଲି ଜଣାପଡିଛି । ସେହିପରି ସେ ବଲାଙ୍ଗୀର ଦୁକେଲ ଗ୍ରାମର ହୋଇଥିବା ବେଳେ କେବେଠୁ ଓ କେମିତି ଏହି କାରବାର କରିଥିଲା ତାହାର ଏବେ ଖୋଳତାଡ଼ କରୁଛି ବଲାଙ୍ଗୀର ବନ ବିଭାଗ ।
୨୦୨୦ରୁ ବର୍ତ୍ତମାନ ସୁଦ୍ଧା ୨୮ଟି କଲରାପତରିଆ ବାଘ ଛାତ ଜବତ ହୋଇଛି। ୨୪ଟି ହାତୀ ଦାନ୍ତ, ୭ଟି ହରିଣ ଛାଲ, ୧୩ଟି ବଜ୍ରକାପ୍ତା ଜବତ ହୋଇଛି। ବେଆଇନ ବନ୍ୟଜନ୍ତୁ କାରବାରରେ ୬୮ଜଣଙ୍କୁ ଗିରଫ କରାଯାଇଛି।