ବିଶ୍ଵ ସ୍ଵାସ୍ଥ୍ୟ ଦିବସ ୨୦୨୨: ବାଲୁକା କଳାରେ ସୁସ୍ଥ ରହିବାର ବାର୍ତ୍ତା

0
235

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ବାଲୁକା କଳାରେ ସୁସ୍ଥ ରହିବାର ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ମାନସ ସାହୁ । ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀରେ ବାଲୁକା କଳାରେ ସୁସ୍ଥ ରହିବାର ବାର୍ତ୍ତା ଦେଇଛନ୍ତି । ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁ ସ୍ବାସ୍ଥ୍ୟ ଦିବସ ଉପରେ ସୁନ୍ଦର ବାଲୁକା କଳା ତିଆରି କରିଛନ୍ତି ।

ସମସ୍ତେ ସୁସ୍ଥ ରହିବାର ବାର୍ତ୍ତା ଦେବା ସହିତ ଏଥିରେ ସମସ୍ତଙ୍କୁ ଯୋଗ, ବ୍ୟାୟାମ କରିବା ସହ ପୁଷ୍ଟିକର ଖାଦ୍ୟ ଖାଇବାକୁ ସେ ଆହ୍ୱାନ ଦେଇଛନ୍ତି । ପୁରୀ ବେଳାଭୂମିରେ ତିଆରି ହୋଇଥିବା ୧୮ ଫୁଟ ଚଉଡାର ବାଲୁକା କଳାରେ ୧୫ଟନ୍ ବାଲି ବ୍ୟବହାର କରାଯାଇଛି । ଏଥିପାଇଁ ମାନସଙ୍କୁ ପ୍ରାୟ ୭ଘଣ୍ଟା ସମୟ ଲାଗିଥିଲା ।

Also Read  ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୬୨ କୋଭିଡ୍ ପଜିଟିଭ୍

LEAVE A REPLY

Please enter your comment!
Please enter your name here