ସ୍ମାର୍ଟ ଫୋନର ବହୁଳ ବ୍ୟବହାର ଆପଣଙ୍କୁ ପକାଇପାରେ ଏହି ଭୟଙ୍କର ରୋଗରେ….

0
327
too-use-of-smartphone-and-depression

ବିଶ୍ୱରେ ସ୍ମାର୍ଟ ଫୋନର ବ୍ୟବହାରକୁ ନେଇ ବିର୍ତକ ଆରମ୍ଭ ହୋଇଯାଇଛି । ସ୍ମାର୍ଟ ଫୋନ ଆମ ସ୍ୱାସ୍ଥ୍ୟ ଲାଗି ହାନିକାରକ ନା ନୁହେଁ ତାକୁ ନେଇ ତର୍ଜମା କରାଯାଉଛି । ତେବେ ଦୈନନ୍ଦିନ ଜୀବନରେ ସ୍ମାର୍ଟଫୋନ ବ୍ୟବହାରର ଅଭ୍ୟାସ ବଢି ଚାଲିଛି । ମୋବାଇଲ, କମ୍ପ୍ୟୁଟର , ଲାପଟପ୍ ବିନା ସତେ ଯେମିତି ଆମ ଜୀବନ ଅଟକି ଯାଇଛି । ସୋସିଆଲ ମିଡିଆର ହାଲଚାଲ ନଜାଣିଲେ ସବୁକିଛି ଅଧୁରା ଲାଗୁଛି । ପ୍ରତ୍ୟେକ ଦିନ ଡିଜିଟାଲ ଓ ଭର୍ଚୁଆଲ ଦୁନିଆରେ ଆମମାନଙ୍କର ବ୍ୟସ୍ତତା ଦିନକୁ ଦିନ ବଢିଚାଲିଥିବାବେଳେ ଆମ ଅଜାଣତରେ ଏହାର ବଡ ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡୁଛି । ବିଶେଷ କରି ଯୁବପୀଢୀମାନେ ସ୍ମାର୍ଟଫୋନର ବହୁଳ ବ୍ୟବହାର କରୁଥିବାବଳେେ ଏହାର କୁପ୍ରଭାବର ଶୀକାର ହେଉଛନ୍ତି ।

ରିପୋର୍ଟ ଅନୁଯାୟୀ ଯୁବପୀଢିମାନେ ଅତ୍ୟଧିକ ସ୍ମାର୍ଟଫୋନ ବ୍ୟବହାର କରିବା ଦ୍ୱାରା ବିଷାଦଗ୍ରସ୍ତ ହେଉଛନ୍ତି । ୟୁନିଭରସିଟି ଅଫ ଆରିଜୋନାରୁ ପ୍ରକାଶିତ ରିର୍ସଚ୍ଚ ରିପୋର୍ଟ ଅନୁଯାୟୀ ଅତ୍ୟଧିକ ମୋବାଇଲ ବା ସ୍ମାର୍ଟଫୋନ ବ୍ୟବହାର କରୁଥିବା ବ୍ୟକ୍ତିମାନେ ଡିପ୍ରେସନର ଶୀକାର ହେଉଛନ୍ତି । ସ୍ମାର୍ଟଫୋନ ଉପରେ ଅତ୍ୟଧିକ ନିର୍ଭରଶୀଳ ହେବା ଫଳରେ ଏହା ମଣିଷ ମଧ୍ୟରେ ଡିପ୍ରସେନର ଲକ୍ଷଣ ବୃଦ୍ଧି କରୁଛି ।

ବିଶେଷ କରି ଦୁର୍ବଳ ମାନସିକତାର(ୱିକ୍ ସାଇକୋଲୋଜି) ଲୋକ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି । ତେବେ କେବଳ ଏହି ଗୋଟିଏ ରିପୋର୍ଟ ନୁହେଁ ମୋବାଇଲର ବ୍ୟବହାର ଓ ଏହାର କୁପ୍ରଭାବକୁ ନେଇ ପୂର୍ବରୁ ଅନେକ ରିପୋର୍ଟ ପ୍ରକାଶ ପାଇଛି । ତେଣୁ ଆବଶ୍ୟକତାଠାରୁ ଅଧିକ ମୋବାଇଲ ଫୋନ ବ୍ୟବହାର କରିବାରୁ ନିଜକୁ ଦୂରେଇ ରଖନ୍ତୁ ଓ ସୁସ୍ଥ ରୁହନ୍ତୁ ।

Also Read  ଖାଦ୍ୟରେ ସାମିଲ କରନ୍ତୁ ଏହି ୫ଟି ପରିବା, କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବାରେ ନେଇଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା

LEAVE A REPLY

Please enter your comment!
Please enter your name here