ପୁଟିନଙ୍କୁ ବାଇଡେନଙ୍କ ଚେତାବନୀ: ‘ନାଟୋ ସୀମାର ଏକ ଇଞ୍ଚ ବି ଜାଗା ଦିଆଯିବନି’

0
305
us-president-joe-biden-warns-putin

ନୂଆଦିଲ୍ଲୀ: ଦୀର୍ଘ ୩୨ ଦିନ ହେଲା ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଭୟଙ୍କର ଯୁଦ୍ଧ । ମିସାଇଲ ମାଡରେ ଛୀନଛତ୍ର ୟୁକ୍ରେନ । ନାନା କଟକଣା ଲାଗିବା ସତ୍ତ୍ୱେ ବି ଋଷ ଆକ୍ରମଣରୁ ହଟୁନାହିଁ । ଏହାମଧ୍ୟରେ ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମସ୍କୋ ବସ୍ ଭ୍ଲାଦିମିର ପୁଟିନଙ୍କ ଉପରେ ବର୍ଷିଛନ୍ତି । ବାଇଡେନ୍ ଆହୁରି କହିଛନ୍ତି ଯେ, ବିଶ୍ୱ ଏକ ବଡ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ପୁଟିନ ଅଧିକ ଦିନ ନିଜର ଆଧିପତ୍ୟ ଜାହିର କରିପାରିବେ ନାହିଁ । ଏହା ଋଷ ପାଇଁ ଏକ ବଡ ବିଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ । ନାଟୋ ସୀମାର ଏକ ଇଞ୍ଚ ଜାଗା ଉପରେ ବି ଆଖି ନପକାଇବା ଲାଗି ପୁଟିନଙ୍କୁ ଚେତାବନୀ ଦେଇଛନ୍ତି ବାଇଡେନ । ଯଦି ପୁଚିନ ନାଟୋ ଦେଶ ସୀମାରେ ପଶିବାକୁ ଚେଷ୍ଟା କରନ୍ତି ତେବେ ସେ ରକ୍ଷା ପାଇବେନି । ନାଟୋ ଦେଶକୁ ଅକ୍ତିଆର କରିବା କଥା ପୁଟିନ ଭୁଲିଯିବା ଦରକାର । ଏହାସହ ଋଷ ନାଗରିକ ତାଙ୍କ ଶତ୍ରୁ ନୁହେଁ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ।

Also Read  ୟୁକ୍ରେନବାସୀ ଅସ୍ତ୍ରଶସ୍ତ୍ର ଧରିବାରୁ ଡକାୟତି ଓ ଦୁଷ୍କର୍ମ ବଢ଼ିଛି

LEAVE A REPLY

Please enter your comment!
Please enter your name here