ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଘରେ ରଖନ୍ତୁ ଏହି ସବୁ ଜିନିଷ….

0
636
Vastu Tips these things-you-keep-in-home-to-attract-money

ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ନିହାତି ଭାବେ ଟଙ୍କାର ଆବଶ୍ୟକତା ରହିଛି। ଏହା ସହିତ ଅନ୍ୟାନ୍ୟ ସୁଖସୁବିଧା ପାଇଁ ମଧ୍ୟ ଟଙ୍କା ଦରକାର। କିନ୍ତୁ ଅନେକ ସମୟରେ ବାସ୍ତୁଦୋଷ ଯୋଗୁଁ ଘରେ ଅର୍ଥାଭାବ ସୃଷ୍ଟି ହୋଇଥାଏ। ଭଲରେ ଜୀବନଯାପନ କରିବା ଲାଗି ଅର୍ଥ ଉପାର୍ଜନ ଜରୁରୀ । କେହି କେହି ବ୍ୟକ୍ତି ଅଳ୍ପ ପରିଶ୍ରମରେ ଅଧିକ ଆୟ କରୁଥିବା ବେଳେ ଆଉ କେହି କଠିନ ପରିଶ୍ରମ ସତ୍ୱେ ସଫଳ ହୋଇପାରନ୍ତି ନାହିଁ। କୁହାଯାଏ ଘରେ କୗେଣସି ପ୍ରକାର ବାସ୍ତୁଦୋଷ ରହିଲେ ମା’ ଲକ୍ଷ୍ମୀ କୋପ କରିଥାନ୍ତି । ତେବେ ଏଭଳି କିଛି ଜିନିଷ ରହିଛି ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଦୂର ହେବା ସହ ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଆସନ୍ତୁ ଜାଣିବା, ଘରେ କେଉଁସବୁ ଜିନିଷ ରଖିଲେ ଆର୍ଥିକ ସମସ୍ୟା ଦୂର ହେବ…

ଘୋଡା ନାଲ-

ଘୋଡା ନାଲରେ ଲେମ୍ବୁ ଓ ଲଙ୍କା ଲଗାଇ ଘରର କବାଟ ମଝିରେ ଟାଙ୍ଗି ଦିଅନ୍ତୁ। ଫଳରେ ଘର ଉପରେ କାହାର ନଜର ପଡିବନି । ଘୋଡା ନାଲ ଘରକୁ ସୁରକ୍ଷା ଦେବା ସହ ସୁଖ ସମୃଦ୍ଧି ଆଣିଦେଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ଘରୁ ନକରାତ୍ମକ ଶକ୍ତିକୁ ଦୂରେଇ ଦେଇଥାଏ ।

ଚାଇନିଜ୍ ମୁଦ୍ରା-

ଫେଙ୍ଗସୁଇରେ ଚାଇନିଜ୍ ମୁଦ୍ରା ଅତ୍ୟନ୍ତ ଖାସ୍ ବୋଲି ବିବେଚନା କରାଯାଏ | ଯଦି ତିନୋଟି ମୁଦ୍ରାକୁ ଲାଲ ରିବନରେ ବାନ୍ଧି ଘରେ ରଖିଲେ ଘରର ସମସ୍ତ ନକାରାତ୍ମକ ଶକ୍ତି ଦୂର ଯାଇଥାଏ| ଏହି ତିନୋଟି ମୁଦ୍ରାକୁ ତ୍ରିଭୁବନର ପ୍ରତୀକ ତଥା ତିନି ଦେବୀଙ୍କର ପ୍ରତୀକ ଭାବରେ ବିବେଚନା କରାଯାଇଥାଏ।

ଲାଫିଙ୍ଗ ବୁଦ୍ଧ-

ଧନ ପୁଟୁଳି ଧରା ଲାଫିଙ୍ଗ ବୁଦ୍ଧଙ୍କୁ ଘରେ ରଖିଲେ ଶୁଭ ବୋଲି ବିବେଚିତ କରାଯାଇଥାଏ । ତେବେ ଏହି ପ୍ରତିମୂର୍ତ୍ତି ଅଢେଇ ଇଞ୍ଚରୁ ବଡ ହେବା ଉଚିତ ନୁହେଁ। ଏହାଠାରୁ ବଡ ମୂର୍ତ୍ତି ରଖିଲେ ଘରେ ବାସ୍ତୁଦୋଷ ଉତ୍ପନ ହୋଇପାରେ। ବାସ୍ତ୍ରୁଶାସ୍ତ୍ରରେ ଲାଫିଙ୍ଗ ବୁଦ୍ଧଙ୍କୁ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଇଥାଏ । ଏହି ମୂର୍ତ୍ତିକୁ ଘରର ଉତ୍ତର-ପଶ୍ଚିମ ଦିଗରେ ରଖିବା ଶୁଭ। ଏଥିସହିତ ଘରେ କେବେ ଆର୍ଥିକ ସମସ୍ୟା ରହିନଥାଏ ।

Also Read  କଟକରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ ମିଶନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ