ସୋରର ଜଡ ଡିଭିଜନ-୨ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

0
466

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ବାଲେଶ୍ୱର ସୋରର ଜଡ ଡିଭିଜନ-୨ ସହକାରୀ ଯନ୍ତ୍ରୀ ପ୍ରମୋଥ କୁମାର ବେହୁରିଆଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଓ ବାଲେଶ୍ୱରରେ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି । ଭଦ୍ରକ ଟାଉନର ବାଗୁରାଇରେ ଗୋଟିଏ ୩ ମହଲା ଓ ଗୋଟିଏ ଦୁଇ ମହଲା କୋଠାରେ ଚଢ଼ାଉ ଜାରି ରହିଛି । ଭଦ୍ରକ ମଧୁସୂଦନପୁରରେ ଥିବା ପୈତୃକ ଘର, ଅର୍ଣ୍ଣାପଲରେ ଥିବା ମାର୍କେଟ୍ କମ୍ପ୍ଲେକ୍ସ, ବାସୁଦେବପୁରରେ ଥିବା ସମ୍ପର୍କୀୟଙ୍କ ଘର ଓ ସୋରରେ ଥିବା ବେହୁରିଆଙ୍କ ଅଫିସରେ ଚାଲିଛି ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି । ତେବେ ଏପର୍ଯ୍ଯନ୍ତ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଏହି ରେଡରେ ୪ ଜଣ ଡିଏସପି, ୪ ଇନ୍ସପେକ୍ଟର ଓ ଜଣେ ଅତିରିକ୍ତ ଏସପି ସାମିଲ ହୋଇଛନ୍ତି ।

Also Read  ଚିନ୍ତା ବଢ଼ିଲାଣି ମଙ୍କିପକ୍ସ: ପବନରେ ବ୍ୟାପୁଛି ଭୂତାଣୁ !

LEAVE A REPLY

Please enter your comment!
Please enter your name here