ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ: ସହକାରୀ ଯନ୍ତ୍ରୀଙ୍କ ଘରୁ ନଗଦ ୨ କୋଟି ଟଙ୍କା ଜବତ

0
2199
Driver Of A Cash Van Flees With Rs.57 Lakh In Odisha's Nuapada district.
Driver Of A Cash Van Flees With Rs.57 Lakh In Odisha's Nuapada district.

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ଘଟଣା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରିବାକୁ ଯାଇଥିଲା ଭିଜିଲାନ୍ସ ଟିମ୍ । ରେଡବେଳେ ଏତେ ଟଙ୍କା ମିଳିଥିଲା ଯେ ଯାହାକୁ ଦେଖି ଭିଜିଲାନ୍ସ ଟିମର ଆଖି ଟେରା ହୋଇଗଲା । ଚଢ଼ାଉରେ ସହକାରୀ ଯନ୍ତ୍ରୀଙ୍କ ଘରୁ ମିଳିଲା ନଗଦ ପ୍ରାୟ ୨ କୋଟି ଟଙ୍କା । ଯାଞ୍ଚ ଯେତେ ବଢିଲା ଘରୁ ବାହାରିଲା ସେତେ ଗଦା ଗଦା ଟଙ୍କା । ୨ କୋଟି ଟଙ୍କା ମିଳିବା ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ଘଟଣା । ଯନ୍ତ୍ରୀଙ୍କର ଭୁବନେଶ୍ୱର ସ୍ଥିତ ଟାଟା ଆରିଆନା ଫ୍ଲାଟ୍‌ରୁ ମିଳିଛି ଏତେ ଗୁଡ଼ିଏ ଟଙ୍କା ।

ଏ ବାବୁ ଜଣଙ୍କ ନାଁ ହେଉଛି କାର୍ତ୍ତିକେଶ୍ବର ରାଉଳ । ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ । ଭିଜିଲାନ୍ସ ପକ୍ଷରୁ ଆଜି ତାଙ୍କର ଭୁବନେଶ୍ୱରର ଟାଟା ଆରିଅନ ସ୍ଥିତ ଫ୍ଲାଟ୍‌ରେ ଚଢ଼ାଉ କରାଯାଇଛି। ଆଉ ଏହି ଚଢ଼ାଉ ବେଳେ ଘରୁ ଭିଜିଲାନ୍ସ ପ୍ରାୟ ୨ କୋଟି ନଗଦ ଟଙ୍କା ଜବତ କରାଯାଇଛି। ରେଡ୍‌ ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଘରୁ ବଣ୍ଡଲ ବଣ୍ଡଲ ୫୦୦ ଟଙ୍କିଆ ନୋଟ୍ ଜବତ କରିଥିଲେ। ଟଙ୍କା ଗଣିବା ପାଇଁ କାଉଣ୍ଟିଂ ମେସିନ୍ ବ୍ୟବହାର କରିଥିଲେ ଭିଜିଲାନ୍ସ କର୍ମଚାରୀ। ଏହା ସହିତ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଠାରୁ ୨୦ଟି ସୁନା ବିସ୍କୁଟ୍ ଜବତ କରାଯାଇଛି। ସେଗୁଡ଼ିକର ଓଜନ ମିଶି ୫୮୦ ଗ୍ରାମ।

ସହକାରୀ ଯନ୍ତ୍ରୀଙ୍କ ଭୁବନେଶ୍ବର ଖଣ୍ଡଗିରିରେ ଦୁଇଟି ଫ୍ଲାଟ୍ ଓ ଜାଗମରାରେ ଗୋଟିଏ ଦ୍ବିତଳ ଅଟ୍ଟାଳିକା ରହିଛି । ଭୁବନେଶ୍ବରରେ ୭ଟି ପ୍ଲଟ ସହ ରହିଛି ୩୭ ଲକ୍ଷ ୨୩ ହଜାର ଟଙ୍କାର ଇନସୁରାନ୍ସ ଜମା । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି କାର୍ତ୍ତିକେଶ୍ବରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଗଞ୍ଜାମ ଓ ଭୁବନେଶ୍ବରରେ ଏକକାଳୀନ ୬ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ।

Also Read  ଚିରାଗ ପାସୱାନଙ୍କ ବାପାଙ୍କ ବଙ୍ଗଳା ଖାଲି କଲା ସରକାରୀ ଟିମ୍‌