ବୈତରଣୀ, ସାଳନ୍ଦୀରେ ବଢୁଛି ଜଳପତ୍ତନ : ବନ୍ୟା ଘେରରେ ୨୦ ଗାଁ

0
192

ଚାନ୍ଦବାଲି, ୧୪।୮ ଦୀର୍ଘ ୫ଦିନରୁ ଊର୍ଦ୍ଧ୍ବ ହେବ ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ଲଗାଣ ବର୍ଷା ଲାଗି ରହିଛି। ଭଦ୍ରକ ଜିଲାର ଚାନ୍ଦବାଲି, ଧାମନଗର, ତିହିଡି ବ୍ଲକ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀରେ ଜଳପତ୍ତନ ବଢିବାରେ ଲାଗିଛି। ଫଳରେ ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳର ୨୦ଟି ଗାଁ ଏବେ ବନ୍ୟା ଘେରରେ ରହିଛି । ବିଶେଷକରି ଆରଡି ନିକଟସ୍ଥ ବୋଡକ ଓ ଶୀତଳପୁର ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚରୁ ଲହଡି ଭାଙ୍ଗୁଛି ବନ୍ୟାପାଣି । ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ଉପରମୁଣ୍ଡରେ ବୃଦ୍ଧି ପାଇଥିବାରୁ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଫଳରେ ଚାଷଜମି ଜଳମଗ୍ନ ହୋଇପଡିବା ସହ ଏକର ଏକର ଧାନତଳି କ୍ଷେତରେ ଲହଡି ଭାଙ୍ଗୁଛି ପାଣି। ଲଘୁଚାପ ପ୍ରଭାବରେ ଧାମରା ନିକଟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ବନ୍ୟାପାଣି ନିଷ୍କାସନରେ ବାଧକ ସାଜିଛି। ଏବେ ସୁଧା ବର୍ଷା ଲାଗି ରହିଥିବାରୁ ନଦୀରେ ଯଦି ବନ୍ୟାପାଣି ବଢେ ତାହାଲେ ଦୁର୍ବଳ ଥିବା ନଦୀବନ୍ଧର ଘାଇ ହେବା ସୁନିଶ୍ଚିତ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଏପରିକି କେତକ ସ୍ଥାନରେ ନଦୀବନ୍ଧ ଅତି ଦୁର୍ବଳ ରହିଥିବାରୁ ବୈତରଣୀ କୂଳ ଲଂଘି ବନ୍ଯାପାଣି ଜନବସତି ମାଡିବ ବୋଲି ଦେଖାଦେଇଛି।

Also Read  ଆରଟିଆଇ ପରିସରକୁ ଆସିବ ରାଜ୍ୟ ଭିଜିଲାନ୍ସ ବିଭାଗ

LEAVE A REPLY

Please enter your comment!
Please enter your name here