ଜାଗ୍ରତି ଶୁକ୍ଳାଙ୍କ ସହ କ’ଣ ସମ୍ପର୍କ ? ମୁହଁ ଖୋଲିଲେ ଅନୁଭବ ମହାନ୍ତି

0
311
again Anubhav Mohanty Released a new video against-varsha-priyadarshini

ଭୁବନେଶ୍ୱର: ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବୈବାହିକ ଜୀବନ ବିବାଦୀୟ ହୋଇପଡିବା ପରେ ଚର୍ଚ୍ଚାକୁ ଆସିଛନ୍ତି ଜାଗ୍ରତି ଶୁକ୍ଳା ନାମକ ବ୍ୟକ୍ତି । ବିଭିନ୍ନ ସମୟରେ ଜାଗ୍ରତି ଅନୁଭବଙ୍କ ଟୁଇଟକୁ ନେଇ ଚର୍ଚ୍ଚା ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି।

ସନ୍ଦୀପଙ୍କ ସହ ଜବାବ ସୁଆଲ କାର୍ଯ୍ୟକ୍ରମରେ ସାକ୍ଷାତକାର ଦେଇ ଅନୁଭବ କହିଛନ୍ତି, “ଜାଗ୍ରତି ଜଣେ ଲୋକସଭା ଟିଭିର ସାମ୍ବାଦିକ । ତାଙ୍କ ସହିତ ବିଭିନ୍ନ ସମୟରେ ଯେଉଁ ନାଁ ଚର୍ଚ୍ଚା ହୁଏ ତାହାର କୌଣସି ଆଧାର ନାହିଁ । ସେ ଜଣେ ସାମ୍ବାଦିକ। ମୁଁ ମୋର ବାୟୋଗ୍ରାଫି ଲେଖିବାକୁ ଚାହୁଁଥିଲି। ତେଣୁ ମୋର ଅଫିସ ଜାଗ୍ରତିଙ୍କ ନାମ ସୁପାରିଶ କରିଥିଲେ। ଜାଗ୍ରତିଙ୍କ ଲେଖା ପଢିବା ପରେ ମୁଁ ମଧ୍ୟ ହୃଦୟଙ୍ଗମ କରିଥିଲି ଜାଗ୍ରତି ଭଲ ଲେଖୁଛନ୍ତି । ତେଣୁ ମୋର ପ୍ରସ୍ତାବିତ ବାୟୋଗ୍ରାଫି ସେ ଲେଖିଲେ ଭଲ ହୁଅନ୍ତା”।

ଅନୁଭବ କହିଛନ୍ତି, ଛାଡପତ୍ର ମାମଲା ଆବେଦନ ହେବା ପରେ ଥରେ ସେ ଶୋଇଥିବା ସମୟରେ ବର୍ଷା ଆସି ପଚାରିଥିଲେ ଜାଗ୍ରତି କିଏ । ତାଙ୍କ ସହିତ ସମ୍ପର୍କ କଣ । ଏହାପରେ ଅନୁଭବ କହିଥିଲେ ସେ ଜଣେ ଲୋକସଭା ଟିଭିର ସାଂସଦ । ତାଙ୍କର ବାୟୋଗ୍ରାଫି ବହି ସେ ଲେଖିବାକୁ ଯାଉଛନ୍ତି। ଏହାପରେ ବର୍ଷା କହିଥିଲେ ବହି ଜରିଆରେ ତାହେଲେ ତାଙ୍କୁ ବଦନାମ କରିବାକୁ ପ୍ରୟାସ କରାଯାଉଛି। ପରେ ବର୍ଷା ସେହି ରୁମ ଛାଡି ପଳାଇ ଆସିଥିଲେ। ଏବଂ ପରିବାର ଲୋକଙ୍କୁ ଏ ବାବଦରେ କିଛି କହିଥିଲେ।

ଅନୁଭବ କହିଛନ୍ତି, ଜାଗ୍ରତିଙ୍କ ସହ ପ୍ରଫେସନାଲ ସମ୍ପର୍କ । ତାଙ୍କର ଜଣେ ପୁରୁଷ ସହଯୋଗୀ ଲେଖକ ମଧ୍ୟ ରହିଛନ୍ତି । ସେ ବି ଜଣେ ଜାତୀୟ ଟିଭି ଚ୍ୟାନେଲରେ କାମ କରନ୍ତି । କିନ୍ତୁ ବାୟୋଗ୍ରାଫି ଆସଲେ ସତ ପଦାକୁ ଆସିଯିବ ତେଣୁ ଯିଏ ଲେଖିବେ ତାଙ୍କୁ ବଦନାମ କରିବାକୁ ବର୍ଷା ପ୍ରୟାସ କରିଛନ୍ତି। ହେଲେ ବର୍ଷା ଭୁଲିଯାଇଥିଲେ ଜାଗ୍ରତିଙ୍କ ସହ ଜଣେ ପୁରୁଷ ଲେଖକ ଥିଲେ। ହେଲେ ସେହି ପୁରୁଷ ଲେଖକଙ୍କ ବାବଦରେ କୌଣସି ଏତଲା ଦେଇନଥିଲେ ବର୍ଷା।

ଜାଗ୍ରତି ବାୟୋଗ୍ରାଫି ଲେଖିବେ ସ୍ଥିର ହୋଇଥିଲା । ତେଣୁ ପରିବାର ଲୋକଙ୍କ ଉପସ୍ଥିତିରେ ସେ ମୋ ଘରକୁ ଆସିଥିଲେ ବୋଲି ଅନୁଭବ କହିଛନ୍ତି । ତେବେ ଏଭଳି ନିନ୍ଦିତ ହେବା ପରେ ଜାଗ୍ରତି ବାଧ୍ୟ ହୋଇ ଲୋକସଭା ଟିଭିରୁ ଇସ୍ତଫା ଦେଇଥିଲେ ବୋଲି ଅନୁଭବ କହିଛନ୍ତି।

Also Read  ଗାଁକୁ ଫେରିବା ଆରମ୍ଭ କରିଛନ୍ତି କୃଷକ : ପ୍ରତିବାଦସ୍ଥଳରୁ ବାରିକେଡ୍‌ ହଟାଇବ ପୁଲିସ