ଦୀର୍ଘବର୍ଷ ପରେ ମା’କୁ ଭେଟି ଆଶୀର୍ବାଦ ନେଲେ ଯୋଗୀ

0
223

ଡେରାଡୁନ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତିନି ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ରହିଛନ୍ତି । ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଉତ୍ତରାଖଣ୍ଡ ଗସ୍ତ । ଯୋଗୀ ଆଦିତ୍ୟନାଥଙ୍କ ପୈତୃକ ଘର ଉତ୍ତରାଖଣ୍ଡର ପଞ୍ଚୁର ଗାଁ । ସେ ଏହି ଗସ୍ତ ସମୟରେ ନିଜ ଗାଁକୁ ଆସି ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି । ଏଥିସହ ତାଙ୍କ ମା ସାବିତ୍ରୀଙ୍କ ଆଶୀର୍ବାଦ ନେଇଛନ୍ତି। ଯାହାର ଫଟୋ ଏବେ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି।

ଯୋଗୀ ତାଙ୍କ ମା ସହିତ ଘରର ସମସ୍ତ ବୟସ୍କଙ୍କ ଆଶୀର୍ବାଦ ନେଇଛନ୍ତି। ଯୋଗୀଙ୍କୁ ସ୍ୱାଗତ କରିବା ପାଇଁ ଗାଁରେ ଉତ୍ସାହ ଦେଖିବାକୁ ମିଳିଛି। ଯୋଗୀ ଯମକେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ସେ ତାଙ୍କ ଗୁରୁ ମହନ୍ତ ଅଭୟୟନାଥଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ଏହାପରେ ସେ ତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ଗତକାଲି ପ୍ରତିମୂର୍ତି ଅନାବରଣ ବେଳେ ନିଜର ପିଲା ଦିନର କଥା ମନେ ପକାଇ ବାହ ବିହୋଳ ହୋଇଯାଇଥିଲେ।

ପ୍ରାୟ 5 ବର୍ଷ ପରେ ଯୋଗୀ ଆଦିତ୍ୟନାଥ ତାଙ୍କ ଜନ୍ମ ଗ୍ରାମ ପଞ୍ଚଚୁରକୁ ଆସିଛନ୍ତି । ସେଠାକାର ଗାଁ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଦୀର୍ଘ ଦିନ ଧରି ଥିଲା। ତାଙ୍କ ଗାଁର ଲୋକମାନେ ଉତ୍ସାହର ସହିତ ଯୋଗୀ ଆଦିତ୍ୟନାଥଙ୍କୁ ଦେଖା କରିଥିବା ସୂଚନା ରହିଛି। ଏଥିପାଇଁ ଯୋଗୀଙ୍କ ଘର ଆଖାପାଖରେ ୟୁପି ଏବଂ ଉତ୍ତରାଖଣ୍ଡ ପୋଲିସ ପଇଁତରା ମାରୁଥିବା ସୂଚନା ରହିଛି।

କରୋନା ବେଳେ ଯୋଗୀଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା। ହେଲେ କରୋନା କଟକଣାକୁ ମାନି ସେ ନିଜ ଗାଁକୁ ଆସିପାରିନଥିଲେ। ଏବେ ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ସେ ତାଙ୍କ ମା’ଙ୍କଠାରୁ ଆଶୀର୍ବାଦ ନେବାକୁ ଗାଁକୁ ଆସିଛନ୍ତି। ଏହି ସମୟରେ ଯୋଗୀଙ୍କ ତିନି ଭଭଣୀ ମଧ୍ୟ ଆସିଥିବା ସୂଚନା ରହିଛି।

Also Read  ଟିଭି ବିଜ୍ଞାପନରୁ ଲୋକପ୍ରିୟ ଅଭିନେତ୍ରୀ : ଛୋଟ ପରଦାରେ ଦର୍ଶକଙ୍କ ମନ ‌ମୋହୁଛନ୍ତି ରାଜଶ୍ରୀ

LEAVE A REPLY

Please enter your comment!
Please enter your name here