ଘରୁ ଡାକି ଆଣି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

0
574
murder for property

ନବରଙ୍ଗପୁର: ଘରୁ ଡାକି ଆଣି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ। ଏପରି ଘଟଣା ଘଟିଛି ନବରଙ୍ଗପୁର ସଦର ମହକୁମା ସାହିଲ ହୋଟେଲ ନିକଟରେ। ଦୁର୍ବୃତ୍ତମାନଙ୍କ ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଗଦବାଗୁଡା ଅଞ୍ଚଳର ଶେଖ ନିଜାମ। ତାଙ୍କ ହାତ, ପେଟ, ପିଠି ଓ ଆଣ୍ଠୁରେ ଆଘାତ ଲାଗିଥିଲା।

ଗତକାଲି ନିଜାମ ଘରେ ଥିବାବେଳେ ଦୁର୍ବୃତ୍ତମାନେ ଫୋନ କରି ତାଙ୍କୁ ଡାକିଥିଲେ। ପରେ କୌଣସି କଥାକୁ ନେଇ ନିଜାମ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଦୁର୍ବୃତ୍ତମାନେ ନିଜାମଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ଚମ୍ପଟ ମାରିଥିଲେ। ପୁଲିସ ଖବର ପାଇ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ନିଜାମଙ୍କର ମୃତ୍ୟୁ ଘଟିଥିଲା। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Also Read  ଆଜିଠୁ ଆରମ୍ଭ ଓଡ଼ିଶା ଓପନ : ଭାଗ ନେବେ ୩୦୦ ଖେଳାଳି