ଅର୍ପିତା ମୁଖାର୍ଜୀଙ୍କୁ କୋର୍ଟରେ କରାଗଲା ହାଜର, ଯାଞ୍ଚକୁ ନେଇ ଟିଏମ୍‌ସି କହିଲା ଏହି କଥା

0
642

କୋଲକାତା : ପଶ୍ଚିମବଙ୍ଗ ସରକାରର କ୍ୟାବିନେଟ୍‌ ମନ୍ତ୍ରୀଙ୍କ ନିକଟତର ଥିବା ଅର୍ପିତା ମୁଖାର୍ଜୀଙ୍କୁ ଏସଏସସି ଘୋଟାଲାରେ ଆଜି କୋର୍ଟରେ ହାଜର କରା ଯାଉଛି। ତାଙ୍କୁ କୋଲକାତାର ବ୍ୟାଙ୍କଶାଲ କୋର୍ଟରେ ହାଜର କରାଯାଇଛି । ସୂଚନା ମୁତାବିକ, ଇଡି କୋର୍ଟଙ୍କୁ ଅର୍ପିତାଙ୍କୁ ରିମାଣ୍ଡରେ ଆଣିବାକୁ ଦାବି କରିବ। ଅର୍ପିତାଙ୍କୁ କୋର୍ଟ ନେବା ପୂର୍ବରୁ ତାଙ୍କର ମେଡିକାଲ ଟେଷ୍ଟ ମଧ୍ୟ କରାଯାଇଛି। କହି ରଖୁଛୁ କି , ଅର୍ପିତା ମୁଖାର୍ଜୀଙ୍କର ଘରୁ ୨୧ କୋଟିରୁ ଅଧିକ ଟଙ୍କା ଓ ୨୦ଟି ମୋବାଇଲ ଫୋନ୍‌ ମିଳିଥିଲା। ଏହାପରେ ତାଙ୍କୁ ଗିରଫ କରି ନିଆ ଯାଇଥିଲା । ପରେ ଏହି ମାମଲାରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ମଧ୍ୟ ଇଡି ଦ୍ୱାରା ୨ ଦିନର ରିମାଣ୍ଡରେ ନିଆଯାଇଛି ।

ଏହି ଭିତରେ ତୃଣମୂଳ କଂଗ୍ରେସ ବୟାନ ଜାରି କରି କହିଛି , ଯଦି କୌଣସି ନେତା କିଛି ଭୁଲ୍‌ କରିଛନ୍ତି , ତ ପାର୍ଟି ରାଜନୈତିକ ଭାବେ ଏଥିରେ ହସ୍ତକ୍ଷେପ କରିବ ନାହିଁ । ଇଡି ପଶ୍ଚିମବଙ୍ଗରେ ଶିକ୍ଷକ ଭର୍ତ୍ତି ଘୋଟାଲର ଯାଞ୍ଚ ମାମଲାରେ ରାଜ୍ୟର ଅନେକ ଅଞ୍ଚଳରେ ଶୁକ୍ରବାର ଦିନ ଚଢ଼ାଉ କରିଥିଲେ । ତୃଣମୂଳ କଂଗ୍ରେସର ପ୍ରବକ୍ତା କୁଣାଳ ଘୋଷ କହିଛନ୍ତି କି , ପାର୍ଟିର ଏହି ମହିଳାଙ୍କ ସହ କୌଣସି ସମ୍ୱନ୍ଧ ନାହିଁ , ଯାହାଙ୍କ ପାଖରେ ନଗଦ ଅର୍ଥ ମିଳିଛି । ସେ କହିଛନ୍ତି , ପାର୍ଟି ଏହି ମାମଲାରେ ସମୟବଦ୍ଧ ଯାଞ୍ଚ କରାଯିବାକୁ ଦାବି କରିଛି । ସେ କହିଛନ୍ତି କି କିଛି ମାମଲାରେ କେନ୍ଦ୍ରୀୟ ଏଜେନ୍ସିର ଯାଞ୍ଚ ଅନେକ ବର୍ଷରୁ ଜାରି ରହିଛି ।

Also Read  ଆଦାନୀ ଗୃପ ମୁଖ୍ୟ ଗୌତମ ଆଦାନୀ ହେଲେ ବିଶ୍ୱର ପଞ୍ଚମ ଧନୀ

LEAVE A REPLY

Please enter your comment!
Please enter your name here