ଆଉ ୨ଲଘୁଚାପ, ୧୦ରୁ ବଢ଼ିବ ଶୀତ : ୧୧ରୁ ଉପକୂଳରେ ପ୍ରବଳ ବର୍ଷା

0
207
ପୁଣି ବଢ଼ିବ ଶୀତ
ପୁଣି ବଢ଼ିବ ଶୀତ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଅ।ଖପାଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

ଅ।ସନ୍ତା ୯ ତାରିଖ ପରେ ରାଜ୍ୟରେ ଶୀତ ବଢ଼ିବାର ସମ୍ଭାବନା ରହିଛି । ଉପକୂଳ ସମେତ ଅ ।ଭ୍ୟନ୍ତରୀଣ ଓଡ଼ିଶାରେ ଉଭୟ ଦିନ ଓ ରାତିର ତାପମାତ୍ରା କମିବ । ୧୦ ତାରିଖ ବେଳକୁ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୨-୩ଡିଗ୍ରୀ କମିବ । ବିଶେଷକରି ପାହାଡ଼ିଅ । ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ହେବ । ବର୍ତ୍ତମାନ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ରହିଛି ।

କୃଷି ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ ଅ ।କଳନ କରି କହିଛନ୍ତି ଯେ, ସୁମାତ୍ରା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଉ ର-ପଶ୍ଚିମ ଦିଗରେ ଗତି କରି କ୍ରମଶଃ ଘନିଭୂତ ହେବା ସହିତ ୯ତାରିଖରେ ଲଘୁଚାପରେ ପରିଣତ ହେବ । ୧୨ କିମ୍ବା ୧୩ ତାରିଖରେ ତାମିଲନାଡୁ ଓ ସଲଗ୍ନ ଦକ୍ଷିଣ ଅ।ନ୍ଧ୍ର ଉପକୂଳରେ ଏହା ଛୁଇଁବ ।

ଆରବସାଗରରେ ବର୍ତ୍ତମାନ ଥିବା ଲଘୁଚାପ କ୍ଷେତ୍ର ସେତେବେଳକୁ ଅଧିକ ଘନିଭୂତ ହେବାର ସମ୍ଭାବନା ଥିବାରୁ ପବନ ସେଠାରୁ ଟାଣି ହେବ । ତେଣୁ ବଙ୍ଗୋପସାଗରୀୟ ଲଘୁଚାପ ଅଧିକ ଘନିଭୂତ ନହୋଇପାରେ । ତେବେ ଚେନ୍ନାଇ ସହିତ ତାମିଲନାଡୁ ଓ ଦକ୍ଷିଣ ଅ ।ନ୍ଧ୍ରପ୍ରଦେଶ ଉପକୂଳ ପ୍ରବଳ ବର୍ଷା ହେବ । ଏହା ପ୍ରଭାବରେ ଭୁବନେଶ୍ୱର, ଗୋପାଳପୁର, ପୁରୀ ଓ ପାରାଦୀପ ସମେତ ସମୁଦ୍ର ଉପକୂଳ ସଂଲଗ୍ନ ଅ ଳରେ ୧୧ ଓ ୧୨ ତାରିଖରେ ଭାରୀ ବର୍ଷା ହେବ । ରାଜ୍ୟରେ ୧୦ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଅ । ରହିବ । ଭୁବନେଶ୍ୱର ସମେତ ଉପକୂଳ ଜିଲ୍ଲା ଓ ଏହାର ସଂଲଗ୍ନ ଅ ଳରେ ପାଗ ମେଘୁଅ । ସହିତ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ । ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ମଧ୍ୟ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି ।

Also Read  କାର୍ତ୍ତିକ ମାସ ପ୍ରଥମ ସୋମବାର : ଭକ୍ତଙ୍କୁ ଧବଳେଶ୍ୱର ପୀଠ ମନା

LEAVE A REPLY

Please enter your comment!
Please enter your name here