ଆର୍ଯ୍ୟନ ଖାନ ଡ୍ରଗ୍ସ ଲିଙ୍କ ମାମଲା : ସମୀରଙ୍କ ଜାଗା ନେଲେ ଓଡ଼ିଆ ଅଧିକାରୀ….

0
180
aryan-khan-moves-court-seeking-to-return-his-passport

ମୁମ୍ବାଇ:ଏନସିବିର ମୁମ୍ବାଇ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ବଦଳି ଖବରରେ ନୂଆ ଟ୍ୱିଷ୍ଟ ଆସିଛି। ତାଙ୍କୁ ଆର୍ଯ୍ୟନ ଖାନ ଡ୍ରଗ୍ସ ଲିଙ୍କ ମାମଲାରୁ ବିଦା କରି ଦିଲ୍ଲୀ ଏନସିବି ମୁଖ୍ୟାଳୟକୁ ବଦଳି କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ବଦଳି ଓ ବିଦା ହେବା ଖବରକୁ ନିଜେ ସମୀର ୱାଙ୍ଖଡେ ଖଣ୍ଡନ କରିଛନ୍ତି।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏନସିବିର ସାଧାରଣ ନିର୍ଦ୍ଦେଶକ ସମୀର ୱାଙ୍ଖେଡଙ୍କୁ ଆର୍ଯ୍ୟନ ଖାନ ମାମଲାରୁ ଅବ୍ୟାହତି ଦିଆଯାଇଛି । ଅର୍ଥାତ ଜୁନିୟର ଖାନ ଡ୍ରଗ୍ସ ମାମଲା ସମୀରଙ୍କ ଠାରୁ ହସ୍ତାନ୍ତର କରାଯାଇଛି । ଏହି ମାମଲା ଦାୟିତ୍ୱ ନେଇଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ତଥା ଏନସିବିର ଉପ ମହାନିର୍ଦ୍ଦେଶକ ସଂଜୟ ସିଂ । ସଂଜଙ୍କ ନେତୃତ୍ୱରେ ଏକ ୬ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ବା ଏସଆଇଟି ଗଠନ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଶାହାରୁଖଙ୍କ ପୁଅ ଆର୍ଯ୍ୟନ ମାମଲା ସମେତ ସମୁଦାୟ ୬ଟି ମାମଲାର ତଦନ୍ତ କରିବ ଏହି ଟିମ୍ ।

ସଂଜୟ ସିଂ
ସଂଜୟ ସିଂ

 

ଯେଉଁଥିପାଇଁ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଗସ୍ତ ଆରମ୍ଭ କରିଛି ଏନସିବିର ଏହି ଏସ୍‌ଆଇଟି । ତେବେ କିଏ ଏହି ସଂଜୟ ସିଂ । ଯାହାଙ୍କୁ ସମୀର ୱାଙ୍ଗେଡଙ୍କ ସ୍ତାନରେ ତଦନ୍ତ ଦାୟିତ୍ୱ ଦିଆଯାଇଛି । ପୁଣି ଦେଶର ହାଇପ୍ରୋଫାଇଲ କେସର ଇନଭେଷ୍ଟିଗେସନ ପାଇଁ । ସଂଜୟ ସିଂ । ବାସ୍ ନା ହିଁ କାପି । ପରିଚୟ ପାଇଁ ଦେଖାଇବାର ଆବଶ୍ୟକତା ନାହିଁ ପ୍ରମାଣପତ୍ର । କାରଣ ଏହି ନାଁଟି କ୍ରିମିନାଲ ଠାରୁ କ୍ରିଟିକାଲ ବ୍ୟକ୍ତି, ସଭିଙ୍କୁ ଜଣା । ୧୯୯୬ ବ୍ୟାଚ, ଓଡ଼ିଶା କ୍ୟାଡରର ଜଣେ ବରିଷ୍ଠ ଆଇପିଏସ ଅଧିକାରୀ । ଚାକିରୀ ଜୀବନ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଅନେକ ବଡ଼ ବଡ଼ ମାମଲାର ତଦନ୍ତ ଦାୟିତ୍ୱ ନେବା ସହ ସଫଳ ମଧ୍ୟ ହୋଇଛନ୍ତି ।

ଓଡ଼ିଶା ପୋଲିସରେ କାର୍ଯ୍ୟ କରି ଅନେକ ଅପରେସନକୁ ସଫଳ କରିବାର ଦକ୍ଷତା ତାଙ୍କୁ ବେସ ପିରଚୟ ଦେଇଥିଲା । କହିବାକୁ ଗଲେ ଅପରାଧିଙ୍କ ନିଜ ଏକଦମ ହଜାଇଦେଇଥିଲେ ସଂଜୟ ସିଂ । ପ୍ରଥମେ ଓଡ଼ିସା ସରକାରଙ୍କ ଏକ ବିଭାଗର ଆୟୁକ୍ତ ଭାବେ କାମ କରିବା ପରେ ଓଡ଼ିଶା ପୋଲିସର ଆଇଜି ଦାୟିତ୍ୱ ନିର୍ବାହ କରିଥିଲେ । ସଂଜୟଙ୍କ ତଦନ୍ତ ଷ୍ଟାଇଲ ଏବଂ ଅପରାଧ ମୁକ୍ତ ତରିକା ପାଇଁ କେନ୍ଦ୍ର ସରକାର ତାଙ୍କୁ ସିବିଆଇ ଭଳି ସଂସ୍ଥାରେ ଉପନିରୀକ୍ଷକ ପଦବୀ ପ୍ରଦାନ ଦେଇଥିଲେ । ପୂର୍ବରୁ ମଧ୍ୟ ସଂଜୟ ସିଂ ଅନେକ ଡ୍ରଗ୍ସ କେସର ତଦନ୍ତ ଭାର ନେଇଛନ୍ତି । କଟକ-ଭୁବନେଶ୍ୱର ଟ୍ୱିନସିଟି କମିସନରେଟ ପୋଲିସରେ ଡ୍ରଗ୍ସ ବିରୋଧୀ ଟ୍ୟାକ୍ସ ଫୋର୍ସର ମଧ୍ୟ ନେତୃତ୍ୱ ନେଇଛନ୍ତି ।

Also Read  ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ମୃତ୍ୟୁ, ହୃଦଘାତ ଯୋଗୁ ସ୍ୱାସ୍ଥ୍ୟାବସ୍ଥା ଥିଲା ଗୁରୁତର : କେଉଁଠି ଜାଣନ୍ତୁ ?

ତେବେ ଏବେ ଏନସିବିର ମଧ୍ୟ ଉପ ମହାନିର୍ଦେଶକ ଉପରେସନ ଦାୟିତ୍ୱ ନେଇଛନ୍ତି ସମୀର ୱାଙ୍ଖେଡ । ଏନସିବି ଜେନେରାଲ ଡାଇରେକ୍ଟର ସମୀର ୱାଙ୍ଗେଡଙ୍କ ସ୍ଥାନରେ ତାଙ୍କୁ ତଦନ୍ତ ଦାୟିତ୍ୱ ଦେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଆର୍ଯ୍ୟନ ଖାନ ଡ୍ରଗ୍ସ କେସ ସହିତ ଏନସିପି ନେତା ନବାବ ମଲ୍ଲିକ ଏବଂ ବାକି ୪ଟି ହାଇ ପ୍ରୋଫାଇଲ ମାମଲାର ତଦନ୍ତ କରିବେ ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ ସଂଜୟ ସିଂ ।

LEAVE A REPLY

Please enter your comment!
Please enter your name here