ଆଜି ଅଯୋଧ୍ୟାରେ ଦୀପାବଳି ଉତ୍ସବ : ଏକା ସାଙ୍ଗରେ ଜଳିବ ୧୨ ଲକ୍ଷ ମାଟି ଦୀପ

0
841
ଆଜି ଅଯୋଧ୍ୟାରେ ଦୀପାବଳି ଉତ୍ସବ
ଆଜି ଅଯୋଧ୍ୟାରେ ଦୀପାବଳି ଉତ୍ସବ

ନୂଆଦିଲ୍ଲୀ: ଭୁବନେଶ୍ୱର : ଆଜି ଅଯୋଧ୍ୟାରେ ଏକା ସାଙ୍ଗରେ ୧୨ ଲକ୍ଷ ଦୀପ ଜଳିବ । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି “ଦୀପ ଉତ୍ସବ’କୁ ଉଦ୍‌ଘାଟନ କରିବେ । ଏହାସହ ଶ୍ରୀ ଆଦିତ୍ୟନାଥ ପ୍ରାଚୀନ ସହର ଅଯୋଧ୍ୟାର ସାମଗ୍ରିକ ବିକାଶ ଆଧାରିତ “ଅଯୋଧ୍ୟା ଭିଜନ ଡକ୍ୟୁମେଣ୍ଟ’ ଲୋକାର୍ପଣ କରିବେ ।

ସୋମବାର ସନ୍ଧ୍ୟାରୁ ପ୍ରାଚୀନ ନଗରୀ ଅଯୋଧ୍ୟାରେ ମହାଆଡ଼ମ୍ବରରେ ଦୀପୋତ୍ସବ ପାଳନ ଆରମ୍ଭ ହୋଇଛି। ଏହି ଅବସରରେ ‘ରାମ୍‌ କୀ ପୈଦୀ ଘାଟ’ରେ ରଙ୍ଗିନ ଆଲୋକମାଳିକାରେ ଉଦ୍‌ଭାସିତ ହୋଇଥିଲା। ଏହି ଘାଟ ହେଉଛି ‘ଦୀପୋତ୍ସବ ୨୦୨୧’ର ମୁଖ୍ୟ ସ୍ଥାନ ଏବଂ ଦୀପାବଳି ଅବ୍ୟବହିତ ପୂର୍ବରୁ ଏଠାରେ ୯ ଲକ୍ଷ ମାଟିଦୀପ ପ୍ରଜ୍ଜ୍ୱଳନ କରାଯିବ।

ଏବର୍ଷକୁ ମିଶାଇ କ୍ରମାଗତ ୫ ବର୍ଷ ପାଇଁ ‘ଦୀପୋତ୍ସବ’ ପାଳନ କରାଯାଉଛି। ‘ରାମକଥା ଉଦ୍ୟାନ’ରେ ‘ଶିଳ୍ପ ବଜାର’ ଉଦ୍‌ଘାଟନ ସହ ଏହି ଉତ୍ସବ ପାଳନ ଆରମ୍ଭ ହେବ। ଉଦ୍‌ଘାଟନୀ ଦିବସରେ ନାଗପୁରର ପ୍ରସିଦ୍ଧ ଓ୍ଵାତକର୍‌ ଭଗ୍ନୀ ଭାଗ୍ୟଶ୍ରୀ ଏବଂ ଧନଶ୍ରୀ ରାମାୟଣର କେତେକ ଅଂଶ ଗୀତ ଆକାରରେ ପରିବେଶଣ କରିବେ। ଲକ୍ଷ୍ନୌରର ଈଶା ରତନ ଓ ମିଶା ରତନ କଥକ ନୃତ୍ୟ ପରିବେଶଣ କରିବା ବେଳେ ପ୍ରଖ୍ୟାତ ଭଜନ ଗାୟକ ଅନୂପ ଜଲୋଟା ଭକ୍ତିସଙ୍ଗୀତ ଗାୟନ କରିବେ।

ନେପାଳର ଜନକପୁରରୁ ଆସିଥିବା ନାଟ୍ୟଦଳ ରାମାୟଣ ଆଧାରିତ ନାଟ୍ୟ ପରିବେଶଣ କରିବେ। ଦୀପୋତ୍ସବ ଅବସରରେ ଅଯୋଧ୍ୟାର ଗଳିପ୍ରଗଳିରେ ଥିବା ସମସ୍ତ ମନ୍ଦିରରେ ଦୀପାଳି ଜଳିବ।

Also Read  President Of India Graces Constitution Day Celebration At Samvidhan Sadan