ଆଜି ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ

0
809

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁଷ୍ୟାଭିଷେକ ନୀତି ପାଇଁ ସୋମବାର ଶ୍ରୀନଅରରେ ମୁଦିରସ୍ତ ସେବକ ନାରାୟଣ ମୁଦିରସ୍ତଙ୍କ ଶାଢ଼ୀବନ୍ଧା ନୀତି ସଂପନ୍ନ ହୋଇଛି। ମହାପ୍ରଭୁଙ୍କ ପ୍ରଥମ ସେବକ ହେଉଛନ୍ତି ଗଜପତି ମହାରାଜ। ଗଜପତି ମହାରାଜଙ୍କ ଅନୁପସ୍ଥିତିରେ ମୁଦିରସ୍ତ ତାଙ୍କ ସେବାକାର୍ଯ୍ୟ ସଂପନ୍ନ କରିଥାନ୍ତି। ଏଣୁ ସୋମବାର ମହାପ୍ରଭୁଙ୍କ ପ୍ରତିନିଧି ଭାବେ ନାରାୟଣ ମୁଦିରସ୍ତ ସେବାକାର୍ଯ୍ୟ ସଂପନ୍ନ କରିଛନ୍ତି। ଆଗାମୀ ପୂଷ୍ୟାଭିଷେକ ପର୍ଯ୍ୟନ୍ତ ସେ ମୁଦିରସ୍ତ ଦାୟିତ୍ବ ତୁଲାଇବେ।

ସେହିପରି ଆଜି ଶ୍ରୀନଅରରେ ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ। ୧୬ ଶାସନର ଶୋସ୍ତ୍ରୀୟ ବ୍ରାହ୍ମଣମାନେ ଗଜପତି ମହରାଜଙ୍କୁ ସୁତା, ଅଷ୍ଟଧାତୁ ପଇତା, ନଡିଆ ଆଦି ଭେଟି ଦେବା ସହ ଶୁଭାଶିର୍ବାଦ ପ୍ରଦାନ କରିବେ। ଗଜପତି ମହାରାଜ ପଇତାଲାଗି, ଦେବାର୍ଚ୍ଚନ ଆଦି ନୀତି ସଂପନ୍ନ ପରେ ଗାଦି ବିଜେ କରିବେ। ଏହି ଉପଲକ୍ଷେ ଶ୍ରୀନଅରରେ ସ୍ବତନ୍ତ୍ର ପୂଜାର ଆୟୋଜନ କରାଯାଇଛି।

Also Read  ସମ୍ବଲପୁର ଡିଆଇଜି ଅଫିସ ଘେରାଉ ବେଳେ ବିଜେପି କର୍ମୀଙ୍କ ଉପରକୁ ପାଣିମାଡ଼