ଆମେରିକାର ସ୍କୁଲ ଭିତରେ ଆଖିବୁଜା ଗୁଳିମାଡ଼, ୨୧ ମୃତ

0
135

ଓ୍ୱାଶିଂଟନ୍: ଆମେରିକା ଟେକ୍ସାସର ଏକ ସ୍କୁଲରେ ଗୁଳିକାଣ୍ଡ । ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଅଛନ୍ତି ୧୮ ଜଣ ସ୍କୁଲ ପିଲା । ସେମାନଙ୍କର ବୟସ ୭ରୁ ୧୦ ବର୍ଷ ଭିତରେ ହୋଇଥିବା ସୂଚନା ମିଳିଛି । ଜଣେ ୧୮ ବର୍ଷୀୟ ବନ୍ଧୁକଧାରୀ ସ୍କୁଲ ଭିତରେ ପଶି ଏଭଳି ନରସଂହାର କରିଥିବା ଜଣା ପଡିଛି । ପୋଲିସର ପାଲଟା ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଛି ।

ଆକ୍ରମଣକାରୀ ନାଁ ହେଉଛି ସାଲଭେଡର ରାମୋସ୍ । ସେ ଟେକ୍ସାସର ବାସିନ୍ଦା । ଟେକ୍ସାସର ରବ୍ ଏଲିମେଣ୍ଟାରୀ ସ୍କୁଲରେ ବେଶ କିଛି ସମୟ ଆତଙ୍କ ଖେଳାଇବା ସହ ନରସଂହରା ରଚିଥିଲା ଦୁର୍ବୃତ୍ତ । ସ୍କୁଲରେ ଗୁଳିମାଡ଼ କରିବା ପୂର୍ବରୁ ଘରେ ନିଜ ଜେଜେମାଆଙ୍କୁ ଗୁଳିମାରି ହତ୍ୟା କରିଥିଲା । ହାତରେ ବନ୍ଧୁକ ଓ ରାଇଫଲ୍ ଧରି ସ୍କୁଲରେ ଧସେଇ ପଶିଥିଲା ଆକ୍ରମଣକାରୀ । ତାଦେହ ସାରା ବିସ୍ଫୋରକ ଥିଲା । ଗୁଳିମାଡ଼ର ପ୍ରକୃତ କାରଣ ଜଣା ପଡିନି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଟେକ୍ସାସ ଗଭର୍ଣ୍ଣର ।

ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ୧୮ ଛାତ୍ରଛାତ୍ରୀଙ୍କ ମୃତ୍ୟୁପରେ ଆମେରିକାର ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି । ୨୦୧୨ରେ ସ୍ୟାଣ୍ଡିହୁକ୍ ସ୍କୁଲ ଫାୟାରିଂ ପରେ ଦେଶରେ ଏହା ସବୁଠୁ ବଡ଼ ଗୁଳିକାଣ୍ଡ । ସ୍ୟାଣ୍ଡିହୁକ୍ ସ୍କୁଲ ଫାୟାରିଂରେ ୨୦ ଛାତ୍ରଛାତ୍ରୀ ଓ ୬ ଜଣ ଷ୍ଟାଫଙ୍କର ମୃତ୍ୟୁ ହୋଇଥିଲା । ଟେକ୍ସାସ ସ୍କୁଲରେ ଗୁଳିକାଣ୍ଡ ଘଟଣା ଆମେରିକା ସମେତ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି ।

Also Read  ରୁଷର ରକେଟ ମାଡ଼ରେ ୟୁକ୍ରେନ ଅଭିନେତ୍ରୀଙ୍କ ମୃତ୍ୟୁ, ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା

LEAVE A REPLY

Please enter your comment!
Please enter your name here