ଆସନ୍ତା ୨୪ ଘଣ୍ଟା ଭିତରେ ମୈାସୁମୀ ଛୁଇଁବ ଓଡ଼ିଶା

0
166
monsoon-likely-to-hit-odisha-in-next week

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ଭିତରେ ମୈାସୁମୀ ଛୁଇଁବ ଓଡ଼ିଶା । ଏବେ ଅନେକ ସ୍ଥାନରେ ପ୍ରାକ୍ ମୈାସୁମି ବର୍ଷଶ ହେଉଛି । ପାଣିପାଗ ବିଭାଗ କହିଛି, ମୌସୁମୀ ବୁଧବାର ଆନ୍ଧ୍ର ପ୍ରଦେଶ ଉପକୂଳରେ ପ୍ରବେଶ କରିଛି । ଓଡ଼ିଶାରେ ମୌସୁମୀ ଆଗମନ ପାଇଁ ପାଗ ଅନୁକୂଳ ରହିଛି । ଆଜି ମୌସୁମୀ ଓଡ଼ିଶାର କିଛି ଅଞ୍ଚଳକୁ ଛୁଇଁପାରେ । ପ୍ରଥମେ ଦକ୍ଷିଣ ଓଡ଼ିଶା ଛୁଇଁପାରେ ।

ଆଇଏମଡି ପୂର୍ବାନୁମାନ ଅନୁସାରେ ଆସନ୍ତା ୫ ଦିନ ଓଡ଼ିଶାରେ ବର୍ଷା ବଢ଼ିବ । ଗତ୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ବର୍ଷା ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ଗୁରୁବାର ଆଭ୍ୟନ୍ତରୀଣ ଓଡ଼ିଶା ସହ ଗଞ୍ଜାମ, ଗଜପତି ସହ ଅଳ୍ପ କେତେକ ଜାଗାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ଆସନ୍ତା ୩ ଦିନ ଭିତରେ ତାପମାତ୍ରା କମିପାରେ ।

Also Read  ଅଗ୍ନିଶମ ଡିଜିଙ୍କ ନାମରେ ହ୍ବାଟସଅପରେ ଫେକ ଆକାଉଣ୍ଟ

LEAVE A REPLY

Please enter your comment!
Please enter your name here