ଇଡି କାର୍ଯ୍ୟାଳୟରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ

0
619
ଇଡି କାର୍ଯ୍ୟାଳୟରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ
ଇଡି କାର୍ଯ୍ୟାଳୟରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ

ଭୁବନେଶ୍ୱର : ଟାଟା ନାମରେ ଫେକ୍ ନିଯୁକ୍ତି ମାମଲାରେ ସମନ୍ ପାଇଥିବା ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀ ଇଡିରେ ହାଜର ହୋଇଛନ୍ତି। ଆଜି ଇଡିରେ ପହଞ୍ଚିବା ପରେ ଟଙ୍କା ନେଣଦେଣକୁ ନେଇ ଶ୍ରୁତିଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି। ପୂର୍ବରୁ ଶ୍ରୁତିଙ୍କୁ ଇଡିରେ ହାଜର ହେବାକୁ ୩ ଥର ସମନ ଜାରି କରାଯାଇଥିଲା। କିନ୍ତୁ ବିଭିନ୍ନ କାରଣ ଦର୍ଶାଇ ଇଡିରେ ହାଜର ହୋଇନଥିଲେ ଶ୍ରୁତି। ଏପରିକି ନିଜ ଓକିଲଙ୍କ ଜରିଆରେ ଜବାବ ରଖିବା ସହ ସମୟ ମାଗିଥିଲେ, କିନ୍ତୁ ଆଜି ସକାଳୁ ଶ୍ରୁତିଙ୍କୁ ଇଡି ଅଫିସରେ ଦେଖିବାକୁ ମିଳିଛି।

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀଙ୍କ ବିବାହ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହ ହେବା ନିମନ୍ତ ସବୁ ସ୍ଥିର ହୋଇ ସାରିଥିଲା। ହେଲେ ଏହା ପୂର୍ବରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଓ ଠକେଇ ମାମଲାରେ ପ୍ରଥମେ ଉଭୟ ପାଠକ ବାପ, ପୁଅ ଓ ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିଲା। ଏହାପରେ ଖୋଳତାଡ଼ ବେଳେ ବିଧାୟକ ପାଣିଗ୍ରାହୀଙ୍କ ଝିଅ ଆକାଉଣ୍ଟକୁ ଖୋଳତାଡ଼ କରାଯାଇଥିଲା। ଉକ୍ତ ସମୟରେ ତାଙ୍କ ଆକାଉଣ୍ଟରେ ବହୁ କାରବାର ହୋଇଥିବା ଜଣାପଡ଼ିଥିଲା। ଏହି ମାମଲାର ତଦନ୍ତ ନିମନ୍ତେ ଶ୍ରୁତିଙ୍କୁ ପଚରାଉଚରା ପାଇଁ ଡାକିଥିଲା ଇଡି। ହେଲେ ଦୀର୍ଘ ଦିନ ହେଲା ବିଭିନ୍ନ ଆଳ ଦେଖାଇ ଏହାକୁ ଏଡ଼ାଇ ଯାଉଥିବା ଶ୍ରୁତି ଆଜି ଇଡିରେ ହାଜର ହୋଇଛନ୍ତି।

ସୂଚନାଯୋଗ୍ୟ, ୯.୩ କୋଟି ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଗତବର୍ଷ ନଭେମ୍ବର ୨୭ ତାରିଖରେ ଅଭୟ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଥିଲା । ଗତ ଜୁନ୍ ମାସରେ ଅଭୟକାନ୍ତ ଜାମିନରେ ମୁକୁଳିଥିଲେ । ଏହାପରେ ଅକ୍ଟୋବର ୫ ଓ ପରେ ଗତ ୨୫ ତାରିଖରେ ଅଭୟକାନ୍ତଙ୍କୁ ଇଡି ପକ୍ଷରୁ ଜେରା କରାସରିଛି। ଏହା ପୂର୍ବରୁ ତାଙ୍କ ପୁଅ ଆକାଶ ପାଠକକଙ୍କୁ ମଧ୍ୟ ଇଡି ଜେରା କରିସାରିଛି । ଏହି ଘଟଣାରେ ରାଜ୍ୟ ସରକାରଙ୍କ ସୁପାରିଶ ଆଧାରରେ ଦୁର୍ନୀତି, ଭ୍ରଷ୍ଟାଚାର ଓ କ୍ଷମତାର ଅପବ୍ୟବହାର ଅଭିଯୋଗରେ ଗତ ମେ’ ମାସରେ କେନ୍ଦ୍ର ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ । ହେଲେ ଆକାଶା ପାଠକ ଏଯାଏ ଜେଲ୍‌ରୁ ମୁକୁଳି ପାରି ନାହାନ୍ତି।

Also Read  Flour Laden Truck Overturns in Baleswar