ଏଯାଏଁ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ : ଥଣ୍ଡାକାଶ ଥିଲେ ଆସିକି ଟେଷ୍ଟ କରାନ୍ତୁ

0
682
ଗୋଷ୍ଠୀ ସଂକ୍ରମଣ
ଗୋଷ୍ଠୀ ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ଯେତିକି ପଜିଟିଭିଟି ରେଟ୍ ଅଛି ସେହି ହିସାବରେ ସାମ୍ପୁଲ ସାଇଜ ନାହିଁ। ଆମେ ଦେଖୁଛେ ମହାରାଷ୍ଟ୍ର ସହ ଅନ୍ୟ ରାଜ୍ୟରେ ଓମିକ୍ରନ ବଢୁଛି।ଆମକୁ ଏଥିପ୍ରତି ସଜାଗ ରହିବାକୁ ପଡ଼ିବ। ଆମ ରାଜ୍ୟରେ ବି ବଢ଼ୁଛି ସଂକ୍ରମଣ। ଗୋଷ୍ଠୀ ସଂକ୍ରମଣ ହେଉ ଅବା ନହେଉ କୋଭିଡ ସଂକ୍ରମଣ ରହିଛି। ଭାଇରସ ଅଛି ମାନେ କେସ ସଂଖ୍ୟା ବଢ଼ିବ। ଗୋଷ୍ଠୀ ସଂକ୍ରମଣ ନେଇ ପ୍ରାମାଣିକ ତଥ୍ୟ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ସେ କହିଛନ୍ତି,ସବୁଠାରୁ ବଡ଼ କଥା ହେଲା ସଂକ୍ରମଣକୁ ରୋକିବା।ଟିକା ହିଁ ସଂକ୍ରମଣ ରୋକିପାରିବ। ଆଜିର ଦିନରେ ସମସ୍ତଙ୍କୁ ଅନୁରୋଧ କରୁଛୁ, ସମସ୍ତେ କୋଭିଡ ନିୟମ ମାନନ୍ତୁ। ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା। ଭାରତ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଦିଆଯାଇଛି। କେତେ ପଜିଟିଭିଟି ରେଟରେ କଣ କରାଯିବ, ତାଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ସରକାର। ମନିଟରିଂ ଚାଲିଛି। ସ୍ୱାସ୍ଥ୍ୟ ସଚିବ ଏହାକୁ ମାନିଟରିଂ କରୁଛନ୍ତି। ପ୍ରୋଟୋକାଲ ଅନୁସାରେ ଆକ୍ସନ ନିଆଯାଉଛି।

ଥଣ୍ଡାକାଶ ଲକ୍ଷଣ ଥିଲେ ଆସିକି ଟେଷ୍ଟ କରାନ୍ତୁ। ଖୋର୍ଦ୍ଧା ମେଡିକାଲ ହବ୍ ଥିବାରୁ ଅଧିକ ସଂକ୍ରମଣ ରହୁଛି। ଏଠାରେ ଲୋକଙ୍କ ସଂଖ୍ୟା ଅଧିକ, ଚଳପ୍ରଚଳ ଅଧିକ ତେଣୁ ଖୋର୍ଦ୍ଧାରେ ସଂକ୍ରମଣ ବଢ଼ୁଛି। ଭାରତ ସରକାର ପଜିଟିଭିଟି ରେଟଠାରୁ ଆମ ରାଜ୍ୟରେ କମ୍ ରହିଛି। ଯେତିକି ପଜିଟିଭ ବାହାରିବ ସେଗୁଡିକ ଜିନମ ସିକ୍ବେନସିଂ ପାଇଁ ପଠାଯିବ। ଜିନମ ସିକ୍ବେନସିଂ ପାଇଁ ସାମ୍ପୁଲ ସାଇଜ କରାଯାଏ। ଏବେ ବିଦେଶ ଫେରନ୍ତାଙ୍କର କରାଯାଉଛି।

Also Read  Puri: Youth Dies After falling Into Open Drain