କଙ୍ଗନାଙ୍କ ଟାର୍ଗେଟ୍‌ରେ ଅନନ୍ୟା ପାଣ୍ଡେ

0
661

ନେପୋଟିଜିମ୍‌କୁ ନେଇ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ କରଣ ଜୋହରଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିତର୍କ ଥମିବା ବେଳକୁ ପୁଣି ଅଭିନେତ୍ରୀ ଟାର୍ଗେଟ୍‌ କରିଛନ୍ତି ଆଉଜଣେ ଅଭିନେତ୍ରୀଙ୍କୁ। ‘କଫି ୱିଥ୍‌ କରନ୍‌’ ସୋରେ ଅଭିନୟ କରୁଥିବା କଙ୍ଗନା ଏକ ସାକ୍ଷାତକାରରେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀରେ ଚାଲିଥିବା ନେପୋଟିଜିମ୍‌କୁ କରଣ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରିଥିଲେ। ଦୀର୍ଘଦିନ ଧରି ଏହା ଉପରେ ବିତର୍କ ଚାଲିଥିଲା। ଦି କପିଲ ଶର୍ମା ସୋ’ରେ ଅଭିନୟ କରୁଥିବାବେଳେ କଙ୍ଗନା ପୁଣି ଥରେ ବଲିଉଡ ଷ୍ଟାରଙ୍କ ଉପରେ ନଜର ପକାଇଛନ୍ତି। ଏଥର ତାଙ୍କ ଟାର୍ଗେଟ୍‌‌ରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ।

ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଭିଡିଓରେ ହୋଷ୍ଟ କପିଲ ଶର୍ମା ‘ବଲି ବିମ୍ବୋ’ କିଏ ବୋଲି ପ୍ରଶ୍ନ କରିବାରୁ କଙ୍ଗନା ଅନନ୍ୟାଙ୍କ ନାମ ନନେଇ ଟାର୍ଗେଟ କରିବା ପରି ମନେ ହେଉଥିଲା। ଦି କପିଲ ଶର୍ମା ଶୋ’ର ଏକ ଫ୍ରେଶ୍‌ ଏପିସୋଡରେ ଅନନ୍ୟା କହିଥିଲେ, ସେ ଜିଭରେ ନାକର ଟିପକୁ ଛୁଇଁ ପାରିବେ। ଏହାକୁ ତାଙ୍କ ପ୍ରତିଭା ବୋଲି କହିଥିଲେ। କଙ୍ଗନା କପିଲଙ୍କୁ ଉତ୍ତରରେ କହିଥିଲେ, ଜିଭ ସହିତ ନାକର ଟିପ ହେଉଛି ‘ବଲି ବିମ୍ବୋସ୍’। ସେ ମଧ୍ୟ ଅନନ୍ୟାଙ୍କୁ ନକଲ କରି ଜିଭରେ ନାକକୁ ଛୁଇଁବାକୁ ଚେଷ୍ଟା କରିଥିଲେ। ଏହି ଭିଡିଓ ପ୍ରଶଂସକମାନଙ୍କ ଦ୍ୱାରା ଅନଲାଇନ୍ ଫୋରମ୍‌ରେ ପୋଷ୍ଟ କରାଯାଇଥିଲା। କେହି କେହି କଙ୍ଗନାଙ୍କ ଥଟ୍ଟାକୁ ମଜାଳିଆ ମନେ କରୁଥିଲେ ହେଁ ଜଣେ ମନ୍ତବ୍ୟ ଦେଇଛନ୍ତି, ‘ଏହା ହାସ୍ୟାସ୍ପଦ’।

Also Read  ଅସହ୍ୟ ତାତିରେ କଲବଲ ରାଜଧାନୀ: ୪୯ ଡିଗ୍ରୀ ତାପମାତ୍ରାରେ ସିଜୁଛି ଦିଲ୍ଲୀ

LEAVE A REPLY

Please enter your comment!
Please enter your name here