ଭୁବନେଶ୍ୱର: କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ମାନୁ ନାହାନ୍ତି କରୋନା କଟକଣା । କରୋନା ଆକ୍ରାନ୍ତ ହୋଇ ବି ମାନୁନାହାନ୍ତି । ଯୁଆଡେ ଇଚ୍ଛା ବୁଲୁଛନ୍ତି । ଏମିତି ସ୍ଥିତିରେ ସୁର ବାବୁ ସୁପର ସ୍ପ୍ରେଡର ହେବା ଭୟ ଘାରିଲାଣି ରାଜଧାନୀବାସୀଙ୍କୁ ।
ଗତକାଲି ସେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ହୋମ୍ ଆଇସୋଲେସନରେ ଥିଲେ । ହେଲେ ଆଜି ସକାଳୁ ସେ ବାହାରେ ବୁଲୁଥିବା ଦେଖିବାକୁ ମିଳିଛି । କରୋନା ଆକ୍ରାନ୍ତ ହୋଇ ମଧ୍ୟ ବିନା ମାସ୍କରେ ସାଧାରଣରେ ବୁଲୁଛନ୍ତି । ଫଳରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି ।
ସୁରେଶ ରାଉତରାୟଙ୍କ ବ୍ୟତୀତ ତାଙ୍କ ପତ୍ନୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସୁର ଏବେ କ୍ୱାରେଣ୍ଟାଇନରେ ଅଛନ୍ତି। ତାଙ୍କ କରୋନା ଆକ୍ରାନ୍ତ ହୋଇଥିବା ଖବର ଜଣାପଡ଼ିବା ପରେ ଶୁଭେଛୁ ଓ ସମର୍ଥକଙ୍କ ସହ ବହୁ ରାଜନୈତିକ ବ୍ୟକ୍ତିବିଶେଷ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।