କାଞ୍ଚନଜଙ୍ଗା ଆରୋହଣ ବେଳେ ଭାରତୀୟ ପର୍ବତାରୋହୀଙ୍କ ମୃତ୍ୟୁ

0
1255
1298160884

କାଠମାଣ୍ଡୁ: ନେପାଳର ମାଉଣ୍ଟ କାଞ୍ଚନଜଙ୍ଗାର ଶିଖରକୁ ଆରୋହଣ କରୁଥିବା ବେଳେ ଜଣେ ୫୨ ବର୍ଷୀୟ ଭାରତୀୟ ପର୍ବତାରୋହୀଙ୍କର ମୃତ୍ୟୁ ଘଟିଛି। ଏହି ପର୍ବତାରୋହଣ ଅଭିଯାନର ଆୟୋଜକ ଥିବା ପାୟୋନିୟର ଆଡଭେଞ୍ଚରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିବେଶ କାର୍କି ଗଣମାଧ୍ୟମକୁ କହିଛନ୍ତି ଯେ ମହାରାଷ୍ଟ୍ରର ବାସିନ୍ଦା ନାରାୟଣନ ଆୟର ଗୁରୁବାର ଦିନ ଭାରତ-ନେପାଳ ସୀମାରେ ପଡ଼ିଥିବା ବିଶ୍ୱର ତୃତୀୟ ସର୍ବୋଚ୍ଚ ପର୍ବତ ଶିଖରର ୮,୨୦୦ ମିଟର ଉଚ୍ଚତାରେ ମୃତ୍ୟୁବରଣ କରିଛନ୍ତି।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଉଚ୍ଚ ଉଚ୍ଚତା ଜନିତ ଅସୁସ୍ଥତା ହେତୁ ଭାରତୀୟ ପର୍ବତାରୋହୀଙ୍କର ମୃତ୍ୟୁ ଘଟିଛି, ଯାହା କି ୮,୫୮୬ ମିଟର ଉଚ୍ଚ ଶିଖର ଠାରୁ ପ୍ରାୟ ୩୮୬ ମିଟର କମ୍‌।

କାର୍କି କହିଛନ୍ତି ଯେ ଅସୁସ୍ଥତା ଅନୁଭବ କଲାପରେ ବି ପର୍ବତାରୋହୀ ଓହ୍ଲାଇବାକୁ ମନା କରିଦେଇଥିଲେ; ଯେତେବେଳେ କି ଆୟୋଜକମାନେ ପର୍ବତକୁ ସ୍କେଲିଂ କରିବା ସମୟରେ ଅସୁସ୍ଥ ହେବା ପରେ ତାଙ୍କୁ ଓହ୍ଲାଇବାକୁ କହିଥିଲେ। ପରବର୍ତ୍ତୀ ସମୟରେ ଯାହା ତାଙ୍କ ମୃତ୍ୟୁର କାରଣ ହୋଇଥିଲା। ଚଳିତ ଋତୁରେ କାଞ୍ଚନଜଙ୍ଗା ଆରୋହଣ କାଳରେ ଏହା ହେଉଛି ପ୍ରଥମ ଅଘଟଣ। ଆୟୋଜକମାନେ ଏବେ ଆୟାରଙ୍କ ମୃତଦେହ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି।

ତେବେ, ଅନ୍ୟପକ୍ଷରେ ଚାରି ଜଣ ଭାରତୀୟ ନାଗରିକଙ୍କ ସମେତ ଅନ୍ୟ ଛଅ ଜଣ ପର୍ବତାରୋହୀ ସଫଳତାର ସହ ପର୍ବତ ଶିଖରରେ ପହଞ୍ଚିଛନ୍ତି ଏବଂ ବର୍ତ୍ତମାନ କ୍ୟାମ୍ପ ଚତୁର୍ଥରୁ ବେସ୍‌ କ୍ୟାମ୍ପକୁ ଓହ୍ଲାଇଛନ୍ତି ବୋଲି ସେ କହିଛନ୍ତି। ସଫଳତାର ସହ ଶିଖର ଆରୋହଣ କରିଥିବା ଚାରି ଜଣ ଭାରତୀୟ ପର୍ବତାରୋହୀ ହେଉଛନ୍ତି ୩୯ ବର୍ଷ ବୟସ୍କା ଭଗବାନ ଭୀମା ଚାୱଲେ, ୪୭ ବର୍ଷ ବୟସ୍କା ମନୀଷା ଋଷି ଗେଣ୍ଡ, ୨୧ ବର୍ଷ ବୟସ୍କା ପଙ୍କଜ କୁମାର ଏବଂ ୨୯ ବର୍ଷ ବୟସ୍କା ପ୍ରିୟଙ୍କା ମଙ୍ଗେଶ ମୋହିତେ।

Also Read  ବଳ ଜୁଟାଉଛି ଜୱାଦ : ୧୦୦ କିମି ବେଗରେ ବହିବ ପବନ