କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦୀପିକାଙ୍କ କ୍ଲାସି ଲୁକ୍, ଫ୍ୟାନ୍ସ କହିଲେ ଏମିତି…

0
180

ନୂଆଦିଲ୍ଲୀ : କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦୀପିକା ପାଦୁକୋନ ଏବେ ଚର୍ଚ୍ଚାରେ। ସେ ତାଙ୍କର ପ୍ରତ୍ୟେକ ଲୁକ୍‌ରେ ଫ୍ୟାନ୍ସଙ୍କୁ ସରପ୍ରାଇଜ୍ କରୁଛନ୍ତି। ସେ ଶାଢୀ ହେଉ କିମ୍ବା ଗାଉନ୍, ଦୀପିକା ତାଙ୍କର ପ୍ରତ୍ୟେକ ଲୁକରେ ସମସ୍ତଙ୍କ ଦିୱାନା କରୁଛନ୍ତି। ଏହି ସମୟରେ ଅଭିନେତ୍ରୀଙ୍କ କିଛି ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ସେ ହ୍ୱାଇଟ୍ ଶାଢୀରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି।

କେବଳ ଏତିକି ନୁହେଁ ଦୀପିକାଙ୍କ ଫ୍ୟାନ୍ସ ତାଙ୍କ ଲୁକକୁ କାନ୍ସର ସର୍ବୋତ୍ତମ ଲୁକ୍ ବୋଲି କହିଛନ୍ତି। ଫିଲ୍ମଫେୟାରର ଇନଷ୍ଟା ହ୍ୟାଣ୍ଡେଲରୁ ଦୀପିକାଙ୍କ କିଛି ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ତାଙ୍କୁ ଏକ ଶାଢୀରେ ଦେଖିବାକୁ ମିଳିଛି। ଶାଢୀରେ ଦୀପିକାଙ୍କର ଏହି ଲୁକ୍ ନିଆରା। ସେ ହ୍ୱାଇଟ୍ ପ୍ଲେନ୍ ରଫଲ୍ ଶାଢୀ ସହିତ ପର୍ଲର ଟ୍ୟୁବ୍ ବ୍ଲାଉଜରେ ନଜର ଆସିଛନ୍ତି।

ତାଙ୍କ ଲୁକ୍‌କୁ କମ୍ପ୍ଲିଟ୍ କରିବା ପାଇଁ, ସେ ବେକରେ ଏକ ବଡ ମୋତି ହାର ପିନ୍ଧିଛନ୍ତି, ଯେଉଁଥିରେ ସେ ରାଜକୀୟ ଅନ୍ଦାଜରେ ଦେଖାଯାଉଛନ୍ତି। କାନରେ ରାଉଣ୍ଡ ବଡ ଇୟରିଂ ତାଙ୍କ ଲୁକ୍‌କୁ ଆହୁରି କ୍ଲାସି କରୁଛି। ସୋସିଆଲ ମିଡିଆ ୟୁଜର୍ସଙ୍କ କମେଣ୍ଟ ଏହି ପୋଷ୍ଟରେ ତୀବ୍ର ଦେଖାଯାଉଛି। ଫଟୋଗୁଡିକ ଉପରେ କମେଣ୍ଟ ଦେଇ ଜଣେ ୟୁଜର୍ସ ଲେଖିଛନ୍ତି, ଏପର୍ଯ୍ୟନ୍ତ ସବୁଠୁ ବେଷ୍ଟ ଲୁକ୍, ଅନ୍ୟ ଜଣେ ଲେଖିଛନ୍ତି, ଦୀପିକା ଜଣେ ଦେବୀଙ୍କଠାରୁ କମ୍ ଦେଖାଯାଉ ନାହାଁନ୍ତି।

Also Read  ମୋଦୀଙ୍କ ନେତୃତ୍ୱାଧୀନ ଭାରତ ସରକାର ସହ ପଙ୍ଗା, ‘ଓଆଇସି’କୁ ପଡ଼ିବ ମହଙ୍ଗା !

LEAVE A REPLY

Please enter your comment!
Please enter your name here