ଗଇଲୋ ଘାଟୀରେ ଓଲଟିଲା ଅଟୋ, ଗୋଟିଏ ପରିବାରର ୧୨ ସଦସ୍ୟ ଆହତ

0
164

ଦେବଗଡ଼ : ଭାରସାମ୍ୟ ହରାଇ ଓଲଟି ଘାଟୀରେ ଓଲଟିଲା ଅଟୋ। ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ ଗଇଲୋ ଘାଟୀରେ ଗୁରୁବାର ପୂର୍ବାହ୍ନ ସମୟରେ ଏଭଳି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି। ସମସ୍ତେ ଗଇଲୋ ଗ୍ରାମର ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ, ଗଇଲୋ ଗ୍ରାମର ଚିନ୍ତାମଣି ବାଗ ଓ ତାଙ୍କ ପରିବାରର ସଦସ୍ୟମାନେ କାଳିଆଖମାର ଗ୍ରାମରେ ହେଉଥିବା ତାରିଣୀ ଯାତ୍ରା ଦେଖିବାକୁ ଏକ ଅଟୋ ଯୋଗେ ଯାଉଥିଲେ। ଏହି ସମୟରେ ଅଟୋଟି ଗଇଲୋ ଘାଟୀରେ ବ୍ରେକ୍ ଫେଲ୍ ହେବା ଯୋଗୁଁ ଏକ ବୁଲାଣୀ ରାସ୍ତାରେ ଓଲଟି ପଡିଥିଲା। ଦୁର୍ଘଟଣାରେ ଚିନ୍ତାମଣିଙ୍କ ପରିବାରର ୧୨ଜଣ ସଦସ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିବା ଜଣାପଡିଛି।

Also Read  ପୋଖରୀ ଭିତରୁ କ୍ରେନ୍‌ ଯୋଗେ ଉଦ୍ଧାର ହୋଇଥିବା ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

LEAVE A REPLY

Please enter your comment!
Please enter your name here