ଥରିଲା ଆଫଗାନିସ୍ତାନ କାବୁଲ: ନମାଜ ପାଠ ବେଳେ ମସଜିଦରେ ବିସ୍ଫୋରଣ,୫୦ରୁ ଉର୍ଦ୍ଧ୍ୱ ମୃତ

0
635

ଦିଲ୍ଲୀ: ଆଫଗାନିସ୍ତାନରେ ବାରମ୍ବାର ମସଜିଦ ଗୁଡିକୁ ଟାର୍ଗେଟ କରାଯାଉଛି । ରାଜଧାନୀ କାବୁଲରେ ଶୁକ୍ରବାର ସନ୍ଧ୍ୟା ସମୟରେ ବିସ୍ଫୋରଣ ଘଟି ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣ ଏଠିକାର ଏକ ସୁନି ମସଜିଦରେ ଘଟିଥିବା ବିଶେଷ ସୂତ୍ରରୁ ଜଣାପଡିଛି । ତାଲିବାନର କହିବା ମୁତାବକ, ବିସ୍ଫୋରଣରେ ପ୍ରାଣ ହରାଇଥିବା ନାଗରିକ ମସଜିଦକୁ ନମାଜ ପଢିବାକୁ ଆସିଥିଲେ । ଏହି ଘଟଣାରେ ୨୦ରୁ ଅଧିକ ଗୁରୁତର ହୋଇଛନ୍ତି । ଏହା ପୂର୍ବରୁ ଏପ୍ରିଲ ୨୧ ତାରିଖରେ ଆଫଗାନିସ୍ତାନର ଏକ ମସଜିଦରେ ଜୋରଦାର ବିସ୍ଫୋରଣ ହୋଇଥିଲା ।

ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬୫ରୁ ଅଧିକ ଗୁରୁତର ଆହତ ହୋଇଥିଲେ । ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍ ନିଜକୁ ଦାୟୀ କରିଛି । ଏହା ପୂର୍ବରୁ ମଧ୍ୟ ଏପ୍ରିଲ ୧୯ ତାରିଖରେ କାବୁଲ ର ଏକ ସ୍କୁଲ ନିକଟରେ ଆଉ ଏକ ବିସ୍ଫୋରଣ ହୋଇଥିଲା । ଏଥିରେ ୬ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିଲେ । ଆଫଗାନିସ୍ତାନକୁ ତାଲିବାନ ଦଖଲ କରିନେବା ପରେ ବାରମ୍ବାର ବିସ୍ଫୋରଣ ଘଟଣା ସାମନାକୁ ଆସୁଛି । ୨୦୨୧ରେ ଏକାଧିକ ଥର ବିସ୍ଫୋରଣ ଘଟି ଅନେକ ଧନଜୀବନ ନଷ୍ଟ ହୋଇଥିଲା ।

Also Read  ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର : ବଢିବ ଅବସର ବୟସ ସୀମା ଓ ପେନସନ୍ !

LEAVE A REPLY

Please enter your comment!
Please enter your name here