ଦେଶରେ ତୃତୀୟ ଲହରରେ କମ୍‌ କରୋନା ମୃତ୍ୟୁ

0
628

ନୂଆଦିଲ୍ଲୀ  : ଦ୍ରୁତ ସଂକ୍ରମଣ ସତ୍ତ୍ବେ କରୋନାର ଦ୍ବିତୀୟ ଲହର ତୁଳନାରେ ତୃତୀୟ ଲହରରେ କମ୍‌ କରୋନା ମୃତ୍ୟୁ ହୋଇଛି‌ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି। ଦ୍ବିତୀୟ ଲହର ତୁଳନାରେ ତୃତୀୟ ଲହରରେ ବେଶୀ ରୋଗୀ ଗୁରୁତର ହେଉନାହାନ୍ତି। ଟିକାକରଣ ଯୋଗୁଁ ଉଭୟ ମୃତ୍ୟୁ ଏବଂ ଗୁରୁତର ରୋଗୀଙ୍କ ସଂଖ୍ୟା କମ୍‌ ରହୁଛି ବୋଲି ଭୂଷଣ କହିଛନ୍ତି।

କରୋନା ଶେଷ ଥର ଗତ ଏପ୍ରିଲ ୩୦ ୨୦୨୧ରେ ଶୀର୍ଷରେ ଥିବା ସମୟରେ ଦେଶରେ ନୂଆ ସଂକ୍ରମଣ ମାମଲା ୩,୮୬,୪୫୨ ଥିଲା ଏବଂ ମୃତ୍ୟୂ ସଂଖ୍ୟା ୩,୦୫୯ ଥିଲା। କିନ୍ତୁ ଚଳିତ ଲହରରେ ଜାନୁଆରି ୨୦ରେ ଦେଶରେ ୩,୧୭,୫୩୨ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୩୮୦ ଜଣଙ୍କ ମୃତ୍ୟୁ ହୋଇଛି। ‌ମୋଟ୍‌ ୭୨ ପ୍ରତିଶତ ଲୋକ ଦେଶରେ ସମ୍ପୂର୍ଣ୍ଣ ଟିକା ନେଇ ସାରିଛନ୍ତି ବୋଲି ଭୂଷଣ କହିଛନ୍ତି।

Also Read  India Registers 6,650 Fresh Covid Positive Cases in the last 24 hours