ନିୟମ ନମାନି ଶ୍ରୀଜଗନ୍ନାଥଙ୍କ ଦର୍ଶନ ଆଳରେ ସାଂସଦ ଅପରାଜିତାଙ୍କ ପଦଯାତ୍ରା ରାଜନୀତି

0
232

ଭୁବନେଶ୍ୱର: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ବହୁ ଘାତ ପ୍ରତିଘାତ ଓ ଅବରୋଧ ପରେ ମହାପ୍ରଭୁଙ୍କ ଦର୍ଶନ କରିଛୁ । ଭୁବନେଶ୍ୱରରୁ ପୁରୀରେ ପହଞ୍ଚିବା ଯାଏ ବହୁ ଅବରୋଧ କରାଗଲା । ଅବରୋଧ ପାଇଁ ସରକାରୀ କର୍ମଚାରୀଙ୍କୁ ଦୋଷ ଦେବିନାହିଁ । କାରଣ ସରକାରଙ୍କ ନିର୍ଦେଶରେ ଅଧିକାରୀ ମାନେ କାମ କରନ୍ତି । ସରକାର ଯଦି ଠିକ୍‌ କାମ ଓ ଆଇନ୍‌ ଅନୁଯାୟୀ କାମ କରୁଥାନ୍ତେ ଆଜି ଅବରୋଧ କରିବାକୁ ପଡ଼ିନଥାନ୍ତା । ତାହାଛଡ଼ା ଅପରାଜିତା ସରକାରଙ୍କୁ ସତ ମାର୍ଗରେ ରହିବାକୁ ଶିଖନ୍ତୁ ବୋଲି କହିଛନ୍ତି ।

ଯଦି ସରକାର ସଦ୍‌ମାର୍ଗରେ ରହିଥାଆନ୍ତେ ତେବେ କାହାକୁ ଡରିବାର ଆବଶ୍ୟକ ପଡ଼ିନଥାନ୍ତା । ଏହି ଅବରୋଧରୁ ସ୍ପଷ୍ଟ ଅନୁମାନ କରାଯାଉଛି ସରକାର କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଆଇନ୍‌ ବାଟ ଅନୁସାରେ ସରକାରଙ୍କୁ ସତ୍‌ ମାର୍ଗରେ ଚାଲିବାକୁ ହେବ ବୋଲି ସେ କହିଛନ୍ତି । ଏଥି ସହିତ ଗଜପତି ମହାରାଜ ଶ୍ରୀମନ୍ଦିର ଉପରେ ରଖିଥିବା ପ୍ରତିକ୍ରିୟାକୁ ମଧ୍ୟ ସାଂସଦ ଅପରାଜିତା ଉଠାଇଛନ୍ତି । ସେ କହିଛନ୍ତି ମନ୍ଦିର ସୁରକ୍ଷିତ ଅଛିକି ନାହିଁ ଏଏସଆଇ ବା ଇଞ୍ଜିନିୟର କହିବେ । ମାମଲା ବର୍ତ୍ତମାନ ହାଇକୋର୍ଟରେ ରହିଛି । କୋର୍ଟଙ୍କ ଉପରେ ପୂର୍ଣ୍ଣ ଭରସା ରହିଛି । ଯାହା କୋର୍ଟ ନିଷ୍ପତ୍ତି ନେବେ ତାହା ସଠିକ ରହିବ ।

Also Read  ଗାଡ଼ି ଚାଳନା ବେଳେ ମୋବାଇଲରେ ଗପି ଜରିମାନା ଦେଲେ ୨୩ ଜଣ, ବାତିଲ୍ ହେବ ଡିଏଲ୍

LEAVE A REPLY

Please enter your comment!
Please enter your name here