ପୁଣି କାୟା ମେଲିଲା କରୋନା : ବାଧ୍ୟତାମୂଳକ ହେଲା ମାସ୍କ୍‌,ଉଲ୍ଲଘଂନ କଲେ ୫୦୦ ଫାଇନ୍‌

0
340

ନୂଆଦିଲ୍ଲୀ : କରୋନା ଭାଇରସର ନୂଆ କେସ୍‌ ପୁଣି ଖୁବ୍‌ ଜୋରରେ ବ୍ୟାପିବା ଆରମ୍ଭ କଲାଣି। ଏହି କ୍ରମରେ ଦିଲ୍ଲୀରେ ପୁଣି ଥରେ ମାସ୍କ ପିନ୍ଧିବା ଅନିବାର୍ଯ୍ୟ କରିଦିଆ ଯାଇଛି । ଯଦି କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ବିନା ମାସ୍କରେ ଧରାପଡ଼ନ୍ତି ତ ତାଙ୍କୁ ୫୦୦ଟଙ୍କା ଜୋରିମାନା ଦେବାକୁ ହେବ । ଦିଲ୍ଲୀ , ହରିଆଣା ଭଳି ରାଜ୍ୟ ଗୁଡ଼ିକରେ କରୋନାର ମାମଲା ଖୁବ୍‌ ଜୋରରେ ଚାଲୁଥିବା ୪ର୍ଥ ଲହର ଆସିବାର ଆଶଙ୍କା ସୃଷ୍ଟି ହୋଇଛି । ଦିଲ୍ଲୀ ବ୍ୟତୀତ ୟୁପି , ହରିଆଣା ଓ ଚଣ୍ଡିଗଡ଼ରେ ମଧ୍ୟ ପୁଣି ଥରେ ପ୍ରତିବନ୍ଧକ ଲଗେଇ ଦିଆ ଯାଇଛି । ଖାଲି ଏତିକି ନୁହେଁ ଆଗାମୀ ଦିନରେ ପ୍ରତିବନ୍ଧକ ଦୃଢ଼ ହେବାର ଆଶଙ୍କା ବି କରାଯାଉଛି ।

ଆସନ୍ତୁ ଏବେ ଜାଣିବା କରୋନା ଯୋଗୁଁ କେଉଁ କେଉଁ ରାଜ୍ୟରେ ପୁଣି ପ୍ରତିବନ୍ଧକ ଲାଗିଛି –

ୟୁପିର ଅନେକ ଜିଲ୍ଲାରେ ଫେରିଛି ପ୍ରତିବନ୍ଧକ –

ଉତ୍ତର ପ୍ରଦେଶର ସିଏମ୍‌ ଯୋଗୀ ଆଦିତ୍ୟନାଥ ସୋମବାର ଘୋଷଣା କରିଥିଲେ କି ଏବେ ରାଜ୍ୟର ୭ଜିଲ୍ଲାରେ ମାସ୍କ ଲଗେଇବା ଅନିବାର୍ଯ୍ୟ ହେବ। ସରକାର ଆଦେଶ ଜାରି କରିଛନ୍ତି କି ରାଜଧାନୀ ଲକ୍ଷ୍ନୌ ସମେତ ୭ଜିଲ୍ଲାରେ ମାସ୍କ ଲଗେଇବା ଅନିବାର୍ଯ୍ୟ ହେବ। ଏହି ନିୟମ ଯେଉଁ ଯେଉଁ ଜିଲ୍ଲାରେ ଲାଗୁ କରାଯାଇଛି , ସେଥିରେ ମିରଟ , ଗାଜିଆବାଦ , ହାପୁଡ , ବୁଲନ୍ଦସହର , ବାଗପତ , ଗୌତମବୁଦ୍ଧ ନଗର ସାମିଲ ଅଛି । ଏହାସହ ହିଁ ସିଏମ୍‌ ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି କି ସେହି ଲୋକଙ୍କୁ ଖୋଜ, ଯିଏ ଟିକା ନେଇ ନାହାନ୍ତି ।

ହରିଆଣା ସରକାର ମଧ୍ୟ କରୋନାର ପ୍ରତିବନ୍ଧକ ଜାରି କରିଛନ୍ତି – ହରିଆଣା ସରକାର ମଧ୍ୟ କରୋନା କେସ୍‌ ବୃଦ୍ଧି ଯୋଗୁଁ ପ୍ରତିବନ୍ଧକ ଲାଗୁ କରିଛନ୍ତି । ସିଏମ୍‌ ମନୋହର ଲାଲ ଖଟ୍ଟର ଏନ୍‌ସିଆରରେ ଆସୁଥିବା ରାଜ୍ୟର ୪ଟି ଜିଲ୍ଲାରେ ମାସ୍କ ପିନ୍ଧିବା ଅନିବାର୍ଯ୍ୟ କରିଛନ୍ତି।

ଚଣ୍ଡିଗଡ଼ ପ୍ରଶାସନ ମଧ୍ୟ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛି – ଚଣ୍ଡିଗଡ଼ ପ୍ରଶାସନ ଲୋକଙ୍କୁ ପରାମର୍ଶ ଦେଇଛି କି, ସେମାନେ ସର୍ବସାଧାରଣ ସ୍ଥାନ ଗୁଡ଼ିକରେ ମାସ୍କ ଲଗାନ୍ତୁ । ସାର୍ବଜନିକ ସ୍ଥାନ , ଗାଡ଼ି , ସିନେମା ହଲ୍‌ ଓ ସପିଂ ମଲ୍‌ସରେ ପ୍ରଶାସନ ନିୟମର ପାଳନ କରିବାକୁ ପରାମର୍ଶ ଦେଇଛି । ଉଲ୍ଲେଖନୀୟ ଯେ, ଦେଶରେ କରୋନା କେସ୍‌ରେ ଖୁବ୍‌ ଜୋରରେ ବୃଦ୍ଧି ଦେଖିବାକୁ ମିଳିଛି । ବୁଧବାର ସକାଳେ ଆସିଥିବା ତଥ୍ୟ ମୁତାବିକ ଗୋଟିଏ ଦିନରେ ୨୦୦୦ରୁ ଅଧିକ ନୂଆ କେସ୍‌ ମିଳିଛି ।

Also Read  ନୂଆ କରୋନା ଭୂତାଣୁ ଓମିକ୍ରୋନ୍ ପାଇଁ ଭାରତରେ ସ୍ଥିତି କ’ଣ ? ଜାଣନ୍ତୁ......

LEAVE A REPLY

Please enter your comment!
Please enter your name here