ପ୍ରଖ୍ୟାତ ଠକ ସୁକେଶ ବଲିଉଡ ଅଭିନେତ୍ରୀ ଙ୍କୁ ଦାମୀ ଉପହାର ଦେଇ ପ୍ରଭାବିତ କରୁଥିଲା !

0
321
ପ୍ରଖ୍ୟାତ ଠକ ସୁକେଶ ବଲିଉଡ ଅଭିନେତ୍ରୀ ଙ୍କୁ ଦାମୀ ଉପହାର ଦେଇ ପ୍ରଭାବିତ କରୁଥିଲା !
ପ୍ରଖ୍ୟାତ ଠକ ସୁକେଶ ବଲିଉଡ ଅଭିନେତ୍ରୀ ଙ୍କୁ ଦାମୀ ଉପହାର ଦେଇ ପ୍ରଭାବିତ କରୁଥିଲା !

ଫେବୃଆରୀ ୨୩

ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ନୋରା ଫତେହିଙ୍କ ପରେ ସୁକେଶ ଚନ୍ଦ୍ରଶେଖର ଅଧିକ ବଲିଉଡ ଅଭିନେତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା I
ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପ୍ରକାଶ କରିଛି ଯେ ମଲ୍ଟିମିଲିୟନେୟାର ଠକ ସୁକେଶ ଚନ୍ଦ୍ରଶେଖର ତା ସହଯୋଗୀ ପିଙ୍କି ଇରାନୀଙ୍କ ମାଧ୍ୟମରେ ବଲିଉଡ ଅଭିନେତ୍ରୀ ଭୁମି ପେଡନେକର, ସାରା ଅଲି ଖାନ ଏବଂ ଜାନଭି କପୁରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲା ।

ଇଡି ସୂତ୍ରରୁ ପ୍ରକାଶ ଯେ ପିଙ୍କି ଇରାନୀ ବିଭିନ୍ନ ଦାମୀ ଉପହାର ଦେବା ବାହାନାରେ କିଛି ଅଭିନେତ୍ରୀଙ୍କୁ ସୁଖେଶଙ୍କ ସହ ପରିଚିତ କରାଇବା ପାଇଁ ଚେଷ୍ଟା କରୁଥିଲେ I

ଭୁମି ପେଡନେକର ଇଡିକୁ ଏ ସମ୍ପର୍କରେ ଏକ ଚିଠି ପଠାଇଛନ୍ତି ଏବଂ ପିଙ୍କି ଇରାନୀଙ୍କ ନାମରେ ସୁକେଶ ତାଙ୍କୁ ପଠାଇଥିବା ବାର୍ତ୍ତାଗୁଡ଼ିକର ପ୍ରିଣ୍ଟଆଉଟ୍ ମଧ୍ୟ ଦାଖଲ କରିଛନ୍ତି |

ବିଭିନ୍ନ ମଡେଲ ଏବଂ ବଲିଉଡ ସେଲିବ୍ରେଟି ମାନଙ୍କ ପାଇଁ ସୁକେଶ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, ଯଦିଓ କିଛି ଲୋକ ତାଙ୍କଠାରୁ ଉପହାର ନେବାକୁ ମନା କରିଦେଇଥିଲେ |

ସୁକେଶ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ଏହି ମାମଲାରେ ଇଡି ଦୁଇଟି ଚାର୍ଜସିଟ୍ ଦାଖଲ କରିଛି। ସୁକେଶଙ୍କ ବିରୋଧରେ ପ୍ରଥମ ଚାର୍ଜସିଟ ଦାଖଲ ହୋଇଥିବାବେଳେ ପିଙ୍କି ଇରାନୀଙ୍କ ବିରୋଧରେ ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କରାଯାଇଥିଲା।

ଅଭିଯୋଗ ହୋଇଛି ଯେ ପିଙ୍କି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ମହଙ୍ଗା ଉପହାର ବାଛୁଥିଲେ ଏବଂ ପରେ ସୁକେଶ ଚନ୍ଦ୍ରଶେଖରଙ୍କ ଏହାକୁ କିଣିବା ପରେ ପିଙ୍କି ଏହାକୁ ତାଙ୍କ ଘରେ ପହଂଚାଇଦେଉଥିଲେ ।

 

Also Read  ବିଧାୟକ ମାନଙ୍କ ଭିତରୁ ଜଣକୁ ପିସିସି ସଭାପତି କରାଯାଉ : ତାରା ପ୍ରସାଦ ବାହିନୀପତି

LEAVE A REPLY

Please enter your comment!
Please enter your name here