ବଙ୍ଗୋପସାଗରରେ ଆସୁଛି ଲଘୁଚାପ, ୧୫ରେ ଛୁଇଁବ ଉପକୂଳ

0
399
ବଙ୍ଗୋପସାଗରରେ ଆସୁଛି ଲଘୁଚାପ
ବଙ୍ଗୋପସାଗରରେ ଆସୁଛି ଲଘୁଚାପ

ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ, ଦୁଇ ଦିନରେ ସଂପୂର୍ଣ୍ଣ ଚାଲିଯିବ 

ଭୁବନେଶ୍ୱର, ୧୧ା୧୦ : ଘୂର୍ଣ୍ଣିବଳୟ ପ୍ରଭାବରେ ୧୩ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୩ ସୁଦ୍ଧା ଲଘୁଚାପ ସୃଷ୍ଟି ହେବ ଆକଳନ କରିଛି ପାଣିପାଗ ବିଭାଗ। ସୃଷ୍ଟି ପରେ କ୍ରମେ ପଶ୍ଚିମ ଉତ୍ତର ଦିଗକୁ ଅଗ୍ରସର ହେବ। ପଶ୍ଚିମ-ଉତ୍ତର ମୁହାଁ ହୋଇ ୧୫ ସୁଦ୍ଧା ଉପକୂଳ ଛୁଇଁବା ସମ୍ଭାବନା ରହିଛି। ୱେଲ ମାର୍କଡ ଲଘୁଚାପ ଭାବେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ମଧ୍ୟରେ ଉପକୂଳ ଛୁଇଁବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି । ଏବେ ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର ଓ ନୂଆପଡ଼ାରୁ ମୌସୁମୀ ସଂପୂର୍ଣ୍ଣଭାବେ ଅପସରିଯାଇଛି । ସେହପରି ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର ଓ ମୟୁରଭଞ୍ଜରୁ ଅଧାରୁ ଅଧିକ ଅଂଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି । ଅନ୍ୟପକ୍ଷରେ ଢେଙ୍କାନାଳ ଜିଲ୍ଲାର ଅଳ୍ପ କିଛି ଅଂଚଳରୁ ମୌସୁମୀ ପ୍ରତ୍ୟାହୃତ ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ଦୁଇ ଦିନରେ ରାଜ୍ୟର ଅବଶିଷ୍ଟ ଜିଲ୍ଲାଗୁଡ଼ିକରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Also Read  ବାରୁଦ ଗଦାରେ ପଶ୍ଚିମବଙ୍ଗ: ୨୪ ଘଂଟାରେ ମିଳିଲାଣି ୩୫୦ରୁ ଅଧିକ ଜୀବନ୍ତ ବୋମା

LEAVE A REPLY

Please enter your comment!
Please enter your name here