ବଢ଼ୁଛି କରୋନା ସଂକ୍ରମଣ, ପାଞ୍ଚ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର

0
233
corona 4th wave-will-come-in-the-next-15-days

ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି । ଏହା ସହ ଏହି ରାଜ୍ୟଗୁଡ଼ିକୁ ଚିଠି ଲେଖି ସତର୍କ ରହିବା ସହ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦିଲ୍ଲୀ, ହରିଆଣା, କେରଳ, ମହାରାଷ୍ଟ୍ର ଓ ମିଜୋରାମକୁ ଚିଠି ଲେଖି କରୋନା ସଂକ୍ରମିତଙ୍କ ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି।

ଯଦି ଆବଶ୍ୟକ ହୁଏ ତେବେ କଡା ନଜର ରଖିବା ଏବଂ ଆଗୁଆ ପଦକ୍ଷେପ ନେବାକୁ ସେ ରାଜ୍ୟଗୁଡ଼ିକୁ ଚିଠି ଲେଖିଛନ୍ତି, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସୂଚନା, ହରିଆଣା, କେରଳ, ମହାରାଷ୍ଟ୍ର ଓ ମିଜୋରାମକୁ ସଂକ୍ରମଣ ମାମଲାର ତଦାରଖ କରିବା ସହ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ତାଙ୍କ ଚିଠିରେ କହିଛନ୍ତି ଯେ ଦେଶରେ ଦୈନିକ ନୂଆ ସଂକ୍ରମିତ ସଂଖ୍ୟା ବଢିବା ପଛରେ ଏହି ପାଞ୍ଚ ରାଜ୍ୟର ସଂକ୍ରମିତଙ୍କ ସଂଖ୍ୟା ରହିଛି। ସେ ତାଙ୍କ ଚିଠିରେ ଲେଖିଛନ୍ତି, କୋଭିଡ ସଂକ୍ରମଣ ମାମଲା କିପରି କମାଇହେବ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ଆର୍ଥିକ ଏବଂ ସାମାଜିକ କାମକୁ ପୁଣି ଖୋଲିବା ପାଇଁ ପଦକ୍ଷେପ ନେଉଛନ୍ତି।

ଉଲ୍ଲେଖଯୋଗ୍ୟ, ବିଭିନ୍ନ ଦେଶରେ ଏବେ ସଂକ୍ରମଣ ବଢିବା ସହିତ ବୁଷ୍ଚର ଡୋଜ ଉପରେ ଗୁରୁତ୍ୱାରୋପ ଦିଆଯାଉଛି। ଏପରି ସ୍ଥିତିରେ ଭାରତରେ ମଧ୍ୟ ସଂକ୍ରମଣ ବଢିଛି କିଛି ରାଜ୍ୟରେ । ତେଣୁ ସ୍ୱାସ୍ଥ୍ୟ ସଚିବ ମଧ୍ୟ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କ ଟିକାକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶୁକ୍ରବାର କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ କରୋନାର ବୁଷ୍ଟର ଡୋଜ ଏବେ 18ରୁ ଅଧିକ ବର୍ଷର ଲୋକଙ୍କୁ ଦିଆଯାଇପାରିବ । ଏପ୍ରିଲ 10ରୁ ଘରୋଇ କେନ୍ଦ୍ରରେ ଟିକାକରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Also Read  ୭ରୁ ଖୋଲିବ ସ୍କୁଲ-କଲେଜ : ୧୪ରୁ ପ୍ରଥମରୁ ସପ୍ତମ ପାଠପଢ଼ା

LEAVE A REPLY

Please enter your comment!
Please enter your name here