ବନ କର୍ମଚାରୀଙ୍କୁ ଦଳି ମାରିଲା ହାତୀ : ଦନ୍ତା ଆକ୍ରମଣରେ ଫରେଷ୍ଟର ଗୁରୁତର

0
822
ବନ କର୍ମଚାରୀଙ୍କୁ ଦଳି ମାରିଲା ହାତୀ
ବନ କର୍ମଚାରୀଙ୍କୁ ଦଳି ମାରିଲା ହାତୀ

ରାଉରକେଲା/ଚିଲିକା: ଜଙ୍ଗଲ ନଷ୍ଟ ହେବା କାରଣରୁ ହାତୀମାନେ ଗାଁମୁହାଁ ହେଉଛନ୍ତି। ହାତୀମାନେ ଖାଦ୍ୟ ନ ପାଇପାରିିବାରୁ ମନୁଷ୍ୟକୁ ଆକ୍ରମଣ କରୁଛନ୍ତି। ରାଜ୍ୟରେ ଆଜି ୨ଟି ଏଭଳି ଅଘଟଣ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ରେଞ୍ଜର ଭୁତୁଡ଼ା କେନସିଲା ଜଙ୍ଗଲରେ ହାତୀପଲଙ୍କୁ ଘୋଡାଇବା ବେଳେ ବନ କର୍ମଚାରୀଙ୍କ ଜୀବନ ଯାଇଛି। ହାତୀ ସ୍କ୍ୱାର୍ଡ ନିୟୋଜିତ କର୍ମଚାରୀ ଏବଂ ବନବିଭାଗ କର୍ମଚାରୀ ହାତୀମାନଙ୍କୁ ଘଉଡ଼ାଇଥିଲେ। ଗୋଟିଏ ହାତୀ ଚନ୍ଦ୍ରଶେଖର ମହାନ୍ତଙ୍କୁ ଶୁଣ୍ଢରେ ଧରି କଚାଡି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ବଣାଇ ଡ଼ିଏଫଓ, ଏସିଏଫ ଓ ରେଞ୍ଜ ପହଂଚିଛନ୍ତି। ହାତୀପଲଙ୍କୁ ଉକ୍ତ ସ୍ଥାନରୁ ଘଉଡ଼ାଇ ମୃତ ବନ କର୍ମଚାରୀଙ୍କୁ ଆଣିବାକୁ ଚେଷ୍ଟା କରାଯାଉଥିବା ଏସିଏଫ ମହେନ୍ଦ୍ର କୁମାର ନାଥ ସୂଚନା ଦେଇଛନ୍ତି।

ସେହିପରି ଗୋଠଛଡା ଦନ୍ତା ଆକ୍ରମଣରେ ଜଣେ ଫରେଷ୍ଟର ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଫରେଷ୍ଟରଙ୍କୁ ଖୋର୍ଦ୍ଧା ଜିିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମସ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଫରେଷ୍ଟ ଅଫିସରଙ୍କ ନାମ ସୌରି କୁମାର ପାତ୍ର (୩୬)। ଶ୍ରୀ ପାତ୍ର ଖୋର୍ଦ୍ଧା ଡିଭିଜନ୍ ରଣପୁର ରେଂଜ୍ ଶଙ୍ଖଯୋଡି ସେକସନରେ ଫରେଷ୍ଟ ଅଫିସର ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ।

ଗତକାଲି ରାତିରେ ଟାଙ୍ଗୀ ରେଂଜ୍ ଉଦୁଗିରି ଜଙ୍ଗଲରୁ ଗୋଟିଏ ଗୋଠ ଛଡା ଦନ୍ତା ଉଦୁଗିରି ଜଙ୍ଗଲରୁ ବାହାରି ଟାଙ୍ଗୀ ନିକଟସ୍ଥ ରଣପୁର ରେଂଜ୍ ଉପେନ୍ଦ୍ରପୁର ଗ୍ରାମ ନିକଟକୁ ପଳାଇ ଯାଇ ଜଣଙ୍କର ବାରି ପଟେ ପଶିଥିଲା। ଖବର ପାଇ ବନ କର୍ମଚାରୀ ମାନେ ଦନ୍ତାକୁ ଘଉଡାଇବା ବେଳେ ଦନ୍ତା ଅତର୍କିତ ଭାବେ ପ୍ରତି ଆକ୍ରମଣ କରିଥିଲା। ତେବେ ଫରେଷ୍ଟ ଅଫିସର ଜଣଙ୍କୁ ଏକୁଟିଆ ପଡି ଯିବାରୁ ତାଙ୍କୁ ଆକ୍ରମଣ କରିଥିଲା। ଦନ୍ତା ଟି ଫରେଷ୍ଟର ସୌରି ପାତ୍ରଙ୍କ ଛାତି ଉପରେ ଖୋଜ ପକାଇଥିବା ଜଣାପଡିଛି।

Also Read  ମହାରାଷ୍ଟ୍ରର ୧୦ ମନ୍ତ୍ରୀ ଓ ୨୦ରୁ ଅଧିକ ବିଧାୟକ କୋଭିଡ୍ ପଜିଟିଭ୍‌

LEAVE A REPLY

Please enter your comment!
Please enter your name here