ଭାଇରାଲ ଫ୍ଲୁ ପାଇଁ ଆଣ୍ଟିବାଓଟିକ୍ ଆବଶ୍ୟକ ନାହିଁ : ଲକ୍ଷଣ ନଥିଲେ କରନ୍ତୁ ନାହିଁ କୋଭିଡ଼୍ ଟେଷ୍ଟିଂ

0
806
Diarrhea In Rourkela: Six People Died So Far
Diarrhea In Rourkela: Six People Died So Far

ଭୁବନେଶ୍ବର: ଲକ୍ଷଣ ନ ଥିଲେ କରନ୍ତୁ ନାହିଁ କୋଭିଡ଼୍ ଟେଷ୍ଟିଂ। ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂ ଦରକାର ନାହିଁ । କେଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏଭଳି ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି, ଲକ୍ଷଣ ନ ଥିଲେ କରନ୍ତୁ ନାହିଁ କୋଭିଡ଼୍ ଟେଷ୍ଟିଂ। ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂ ଦରକାର ନାହିଁ । ଏନେଇ ଜିଲ୍ଲାଗୁଡ଼ିକୁ ଜଣାଇଛି ସ୍ୱାସ୍ଥ୍ୟ ବିଭାଗ। ଆଜି ସୁଦ୍ଧା ୬୧ ହଜାର ପଜିଟିଭ୍ ଥିବା ବେଳେ ମାତ୍ର ୧୧୦୦ ଡାକ୍ତରଖାନାରେ ଅଛନ୍ତି । ୨ ପ୍ରତିଶତରୁ କମ୍ ସଂକ୍ରମିତ ହସପିଟାଲରେ ଅଛନ୍ତି। ଆଇସିୟୁରେ ପ୍ରାୟ ୩୦୦ ଲୋକ ଅଛନ୍ତି। ଗାଇଡଲାଇନ ଅନୁସାରେ ବୃଦ୍ଧ ବ୍ୟକ୍ତି ବି ଲକ୍ଷଣ କମ୍ ଥିଲେ ଆଇସୋଲେସନରେ ରହିବା ଭଲ। ଏହା ସହ ଅନାବଶ୍ୟକ ମେଡିସିନ୍ ବ୍ୟବହାର କରିବାକୁ ମଧ୍ୟ ସତର୍କ କଲେ ନିରଞ୍ଜନ ମିଶ୍ର। ଭାଇରାଲ ଫ୍ଳୁ ପାଇଁ ଆଣ୍ଟିବାଓଟିକ୍ ଆବଶ୍ୟକ ନାହିଁ । ଏଣୁ ଅଯଥା ମେଡିସିନ୍ ବ୍ୟବହାର ଦରକାର ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ବାରମ୍ବାର କହିଥିବା କହିଲେ ନିର୍ଦ୍ଦେଶକ।

Also Read  Sitting of Parliament in 2015 and 2016 exceeds average of ten years preceding 2014