ଭିଜିଲାନ୍ସ ଜାଲରେ ରାୟଗଡ଼ା ଅବକାରୀ ଅଧୀକ୍ଷକ, ନଗଦ ୬ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ନିନା ବେଉରା

0
269
Vigilance Inspector Detained For Accepting Bribe Of Rs.10 Lakh
Vigilance Inspector Detained For Accepting Bribe Of Rs.10 Lakh

ରାୟଗଡ଼ା: ଭିଜିଲାନ୍ସ ଜାଲରେ ରାୟଗଡ଼ା ଅବକାରୀ ଅଧିକ୍ଷକ । ନଗଦ ୬ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ଅବକାରୀ ଅଧିକ୍ଷକ ନିନା ବେଉରା । ରାୟଗଡ଼ାରୁ ଭୁବନେଶ୍ୱର ଯିବା ସମୟରେ ଧରିଲା ଭିଜିଲାନ୍ସ । ଟଙ୍କା ବିଷୟରେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ନିନାଙ୍କୁ ଗିରଫ କରିଛି ଭିଜଲାନ୍ସ । ଏହାପରେ ତାଙ୍କ ଘର, ଅଫିସ ଓ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ । ନିନାଙ୍କ ସ୍ବାମୀ ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ଦାସ । ଏହା ପରେ ମାହାଙ୍ଗା ସ୍ଥିତି କ୍ବାର୍ଟରରେ ମଧ୍ୟ ରେଡ୍ ହୋଇଛି । ହେଲେ ଏହି ଭିଜିଲାନ୍ସ ଚଢ଼ାଉରୁ ବର୍ତ୍ତିବାକୁ ନିଜେ ଆଇଆଇସି କ୍ବାର୍ଟରରେ ତାଲା ପକାଇ ଚାଲିଯାଇଥିବା ସୂଚନା ମିଳିଛି । ତେବେ ତାଙ୍କୁ ଶୀଘ୍ର ଭୁବନେଶ୍ବର ଭିଜିଲାନ୍ସ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Also Read  ରାଜ୍ୟରେ ସର୍ବାଧିକ ୧୫ ଜଣ ସଂକ୍ରମିତଙ୍କ ପ୍ରାଣହାନି : ମୃତକଙ୍କ ମଧ୍ୟରେ ଏକ ୧୩ ମାସର ଶିଶୁ

LEAVE A REPLY

Please enter your comment!
Please enter your name here