ରାଜଧାନୀ ଦିଲ୍ଲୀର ଏକ ୩ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ; ୨୦ ଜୀବନ୍ତ ଦଗ୍ଧ, ଉଦ୍ଧାର କାର୍ଯ୍ୟ ଜାରି

0
496
massive-fire-in-mundka-building

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ଏକ ୩ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମୁଡ଼କା ମେଟ୍ରୋ ଷ୍ଟେସନ୍‌ ନିକଟରେ ଥିବା ଏହି କୋଠା ଘରେ ନିଆଁ ଲାଗିବା ଫଳରେ ୨୦ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି । ପ୍ରାୟ ୬୦ରୁ୭୦ ଜଣଙ୍କକୁ ଏହି ବିଲଡିଂରୁ ଉଦ୍ଧାର କରାଯାଇଛି। ଏବେ ବି ଅନେକ ଲୋକ ଫଶି ରହିଥିବା ଆଶଙ୍କା କରାଯାଉଛି । ଆହତ ଲୋକଙ୍କୁ ସଞ୍ଜୟ ଗାନ୍ଧୀ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀ ଅଗ୍ନିଶମ ବାହିନୀ ଉଦ୍ଧାର ଓ ନିଆଁଲିଭା କାର୍ଯ୍ୟରେ ସାମିଲ ଅଛି।

ସୂଚନା ଅନୁସାରେ ଆଜି ଅପରାହ୍ନ ୪ ଟା ୪୫ ସମୟରେ ଏକ ଅଫିସରେ ନିଆଁ ଲାଗିଯାଇଥିବା ନେଇ ମୁଡ଼କାର ଏକ ପିସିଆରକୁ କଲ୍‌ ଯାଇଥିଲା। ଏହି ସୂଚନା ପାଇ ସ୍ଥାନୀୟ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପୁଲିସ ଅଧିକାରୀମାନେ କବାଟ ଭାଙ୍ଗି ଲୋକଙ୍କୁ ଉଦ୍ଧାକ କରିବା ସହ ହସ୍ପିଟାଲ ସ୍ଥାନାନ୍ତର କରିଥିଲେ।

Also Read  ପୌର ନିର୍ବାଚନରେ ୧୦୦ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ,୧୪ରେ ନାମାଙ୍କନ ପ୍ରତ୍ୟାହାର