ମନୀଷ ଅନୁରାଗ ଙ୍କ ହତ୍ୟା ଘଟଣା: ପୋଲିସ କର୍ମଚାରୀ ନିଲମ୍ବିତ ଏବଂ ବାର ସିଲ

0
45

ଅକ୍ଟୋବର ୨୨

ମନୀଷ ଅନୁରାଗ ଙ୍କ ହତ୍ୟା ଘଟଣା

ସାଉଥ ସିଟି ବାର କୁ ସିଲ କରାଗଲା I ଆଜି ଅବକାରୀ ବିଭାଗ ଓ କମିଶନରେଟ୍‌ ପୁଲିସ ମିଳିତ ଭାବେ ଏହି ବାର ରେ ଚଢ଼ାଉ କରିଥିଲେ I ଚଢ଼ାଉ ସମୟରେ ଏହି ବାର ରେ ଥିବା ବିପୁଳ ପରିମାଣର ମଦକୁ ଜବତ କରାଯାଇଥିବା ବେଳେ ବହୁ ୧୦, ୨୦, ୫୦, ୫୦୦ ଟଙ୍କିଆ ନୋଟ୍‌ ଏହି ବାର ରେ ପଡିଥିବା ଦେଖି ପୋଲିସ କୁ ଆଶ୍ଚର୍ଯ୍ୟ ହେବାକୁ ପଡିଥିଲା I

ବାର ଜଣେ ପୋଲିସ କର୍ମଚାରୀ ଚଳାଉଥିବା ନେଇ ଅଭିଯୋଗ ହେଉଛି I ବାର୍‌ର ଲିଜ୍‌ ଭୁବନେଶ୍ୱର ହାବିଲଦାର ଓ କନଷ୍ଟେବଲ ସଂଘ ସଂପାଦକ ପ୍ରସନ୍ନ ବେହେରାଙ୍କ ଭାଇଙ୍କ ନାଁରେ ରହିଥିବାବେଳେ ଲାଇସେନ୍ସ ପ୍ରଦ୍ୟୁମ୍ନ ଜେନାଙ୍କ ନାଁରେ ରହିଥିଲା। ଏହା ଜଣ ପଡିବ ପରେ ପ୍ରସନ୍ନ ବେହେରା ଙ୍କୁ ନିଲମ୍ୱିତ କରାଯାଇଛି।

ବାର ର ଲାଇସେନ୍ସ ସେପ୍ଟେମ୍ୱର ମାସରୁ ସରି ଯାଇଯାଇଥିବା କୁହାଯାଉଛି I ତେବେ କେମିତି ଏଠି ଚାଲୁଥିଲା ବାର ? ଲାଇସେନ୍ସ ନ ଥିବା ସତ୍ୱେ ଏଠାରେ ନାଚ ଗୀତାର ଅସାର ଜମୁଥିବା ନେଇ ଜଣାଯାଇଛି I କୋଭିଡ୍‌ ନିୟମର ଖୋଲା ଉଲ୍ଲଙ୍ଘନ କରି ବିଳମ୍ୱିତ ରାତି ପର୍ଯ୍ୟନ୍ତ ଜମୁଥିଲା ଆସର I
ମନୀଷ ଅନୁରାଗ ଙ୍କ ହତ୍ୟାକାଣ୍ଡ ର ତଦନ୍ତ କରିବା ଅବସରରେ ପୋଲିସ ଏହି ବାର ରେ ପହଂଚି ଏ ସବୁ ଘଟଣା ଜାଣିଥିଲେ I ସୂଚନା ଯୋଗ୍ୟ ଯେ, ମନୀଷ ଅନୁରାଗ ସାଙ୍ଗମାନଙ୍କ ସହ ସାଉଥ ସିଟି ହୋଟେଲ ବାର କୁ ଯାଇଥିଲେ ଏବଂ ସେଠାରେ ବାର/ହୋଟେଲ ବିଲ କୁ ନେଇ ମନୀଷ ଏବଂ ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ ଝଗଡା ହେଇଥିଲା I ଶେଷରେ ମନୀଷ ଙ୍କ ମୃତ୍ୟୁ ହେଇଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି I
ଏହି ହୋଟେଲ ଟି ତମାଣ୍ଡୋ ଥାନା ଅଂଚଳରେ I ତେଣୁ ଥାନା IIC ପ୍ରମୋଦ ପଟ୍ଟନାୟକଙ୍କୁ DCP ଅଫିସକୁ ବଦଳି କରାଯାଇଛି।

 

LEAVE A REPLY

Please enter your comment!
Please enter your name here