ମମତାଙ୍କ ବଡ଼ ନିଷ୍ପତ୍ତି, ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଏବେ ରାଜ୍ୟପାଳଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହେବେ କୁଳାଧିପତି

0
566

କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ଏବେ ରାଜ୍ୟପାଳଙ୍କ ଆଉ ଏକ କ୍ଷମତାକୁ ନିଜେ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଖୁବ୍ ଶୀଘ୍ର ପଶ୍ଚିମବଙ୍ଗର ରାଜ୍ୟପାଳଙ୍କ ସ୍ଥାନରେ ଏବେ ରାଜ୍ୟର ବିଶ୍ବବିଦ୍ୟାଳୟ ଗୁଡିକର କୁଳାଧିପତି ହେବେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଶିକ୍ଷାମନ୍ତ୍ରୀ ବ୍ରତ୍ୟ ବସୁ କହିଛନ୍ତି, ଗୁରୁବାର କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆମେ ନିଷ୍ପତ୍ତି ନେଇଛୁ ରାଜ୍ୟରେ ସବୁ ବିଶ୍ବବିଦ୍ୟାଳୟରେ ରାଜ୍ୟପାଳ ନୁହେଁ ମୁଖ୍ୟମନ୍ତ୍ରୀ କୁଳାଧିପତି ରହିବେ। ଏ ସମ୍ପର୍କରେ ବିଧାନସଭାରେ ସଂଶୋଧନ ବିଲ୍ ଅଣାଯିବ।

ଗତ କିଛି ଦିନ ପୂର୍ବରୁ ବିଶ୍ବବିଦ୍ୟାଳୟରେ କୁଳାଧିପତି ନିଯୁକ୍ତିକୁ ନେଇ ବିବାଦ ଖବର ମିଳିଥିଲା। ଏହି ମାମଲାରେ ରାଜ୍ୟପାଳଙ୍କ ଶକ୍ତିକୁ କମ୍ କରିବା ପାଇଁ ମମତା ସରକାର ଏହି ବଡ ପଦକ୍ଷେପ ନେଇଛନ୍ତି। ନିକଟରେ ରାଜ୍ୟପାଳ ଜଗଦୀପ ଧନଖଡଙ୍କ ଉପରେ ଅଭିଯୋଗ ଥିଲା ଯେ, ସେ ରାଜ୍ୟ ସରକାରଙ୍କ ବିନା ସହମତିରେ ବହୁ କୁଳାଧିପତିଙ୍କୁ ନିଯୁକ୍ତ କରିଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସିଏମ୍ ମମତା ଏବଂ ରାଜ୍ୟପାଳ ଧନଖଡଙ୍କ ମଧ୍ୟରେ ବିବାଦ ନୂଆ ନୁହେଁ। ଅନେକ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ତିକ୍ତତା ରହିଛି। ରାଜ୍ୟପାଳଙ୍କୁ ସିଧାସଳଖ କେନ୍ଦ୍ରର ନିର୍ଦେଶକୁ ଲାଗୁ କରୁଥିବାର ମମତା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ବେଳେ ରାଜ୍ୟପାଳ କହିଛନ୍ତି ଯେ ସେ ଯାହା ବି କରନ୍ତି ତାହା ସମ୍ବିଧାନ ଅନୁଯାୟୀ ଅଟେ।

କେନ୍ଦ୍ର ସରକାରଙ୍କ ସହିତ ମମତାଙ୍କ ବିବାଦ ତ ଆଗରୁ ଚର୍ଚ୍ଚାରେ ରହିଛି। ଏବେ ରାଜ୍ୟପାଳଙ୍କ କ୍ଷମତା କମ୍ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ମମତା। ନିକଟରେ କୋଲକାତାର ଭିକ୍ଟେରିଆ ମେମୋରିଆଲରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ଡକାଯାଇନଥିଲା। ଚଳିତ ବର୍ଷ ଜାନୁଆରୀରେ ରାଜ୍ୟପାଳଙ୍କୁ ମମତା ଟ୍ବିଟରରେ ବ୍ଲକ କରିଦେଇଥିଲେ। ସେ କହିଥିଲେ, ପଶ୍ଚିମବଙ୍ଗର ରାଜ୍ୟପାଳଙ୍କ ଟ୍ବିଟ୍‌ ଦେଖି ଦେଖି ବିରକ୍ତ ହୋଇଗଲିଣି।

ଏହାପରେ ସେ ଧନଖଡଙ୍କୁ ବ୍ଲକ କରିଦେଇଥିଲେ। ଏହି ସମୟରେ ମମତା ରାଜ୍ୟପାଳଙ୍କ ଉପରେ ଗମ୍ଭୀର ଅଭିଯୋଗ ମଧ୍ୟ ଆଣିଥିଲେ। ମମତା କହିଥିଲେ, ରାଜ୍ୟପାଳ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦେଶକଙ୍କୁ ଧମକ ଦେଉଛନ୍ତି। ରାଜ୍ୟପାଳଙ୍କ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ବହୁ ଚିଠି ଦେଇସାରିଥିଲେ ମଧ୍ୟ ସେ ଶୁଣୁନାହାନ୍ତି। ଧନଖଡ ବହୁ ଫାଇଲକୁ ମଞ୍ଜୁରୀ ମଧ୍ୟ ଦେଉନାହାନ୍ତି ବୋଲି ଅଭିଯୋଗ ଆଣିଥିଲେ ମମତା।

Also Read  ଜୁନରେ ସ୍ୱାଭାବିକଠୁ ଟିକିଏ ଅଧିକ ବର୍ଷା ହେବ: ଆଇଏମଡି

LEAVE A REPLY

Please enter your comment!
Please enter your name here