ଲକ୍ଷ୍ନୌ ସମେତ ୬ ଜିଲ୍ଲାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲେ ୟୁପି ସରକାର

0
409
wearing of masks mandatory-in-New Delhi

ଲକ୍ଷ୍ନୌ: ଗତ ଏକ ସପ୍ତାହ ଧରି ଉତ୍ତର ପ୍ରଦେଶରେ କରୋନା ମାମଲାରେ କ୍ରମାଗତ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟର କେତେକ ସହରରେ ପୁଣି ଥରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଦିଲ୍ଲୀ ସଂଲଗ୍ନ ୬ ଜିଲ୍ଲା ଗୌତମ ବୁଦ୍ଧ ନଗର, ଗାଜିଆବାଦ, ମେରଟ, ହାପୁର, ବାଗପତ, ବୁଲନ୍ଦସହର ସମେତ ରାଜଧାନୀ ନଗରୀ ଲକ୍ଷ୍ନୌରେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ଯୋଗୀ ସରକାର।

ଗତ ଚାରି ଦିନ ଧରି ଉତ୍ତର ପ୍ରଦେଶରେ ୧୦୦ ରୁ ଅଧିକ କରୋନା ମାମଲା ଆସୁଛି | ଗତ ୨୪ ଘଣ୍ଟା ମଧ୍ୟରେ ୟୁପିରେ ୧୧୫ ଟି ନୂଆ ମାମଲା ରିପୋର୍ଟ ହୋଇଛି । ଏହା ପରେ ରାଜ୍ୟରେ କରୋନା ରୋଗର ସକ୍ରିୟ ମାମଲା ୬୯୫କୁ ବୃଦ୍ଧି ପାଇଛି।

Also Read  ସ୍କୁଟି ଡିକି ଭାଙ୍ଗି ୨ ଲକ୍ଷ ୪୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ