ଏଣିକି ବିନା ଅନୁମତିରେ ସ୍କୁଲ ଭିତରେ ପ୍ରବେଶ କରି ପାରିବେ ନାହିଁ ଗଣମାଧ୍ୟମ ପ୍ରତିନିଧି

0
622
media-representatives-cannot-enter-the-school-without-permission

କଟକ: ଏଣିକି ବିନା ଅନୁମତିରେ ସ୍କୁଲ ସମୟରେ କ୍ୟାମ୍ପସ ଭିତରେ ପ୍ରବେଶ କରି ପାରିବେ ନାହିଁ ଗଣମାଧ୍ୟମ ପ୍ରତିନିଧି ଓ ବାହାର ଲୋକ। ଶିକ୍ଷାଦାନରେ ବ୍ୟାଘାତ ହେଉଥିବାର ଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଛି। କିଛି ଦିନ ତଳେ କିଛି ସାମ୍ବାଦିକ କ୍ୟାମେରା ଧରି ଏକ ସ୍କୁଲ ଭିତରେ ପଶିବା ସହ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ପ୍ରଶ୍ନ ପଚାରିଥିଲେ।ଏହା ମଧ୍ୟ ଟିଭି ଚାନେଲ ଓ ୱେବ ପୋର୍ଟାଲରେ ପ୍ରଦର୍ଶିତ ହେଇଥିଲା। ଯାହା ପିଲାମାନଙ୍କ ପାଠପଢାରେ ବାଧା ଉପୁଜିଥିଲା। ଏହାକୁ ଗୁରୁତର ଭାବେ ଗ୍ରହଣ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ବିଭାଗ ପକ୍ଷରୁ ଏ ନେଇ ସମସ୍ତ ଜିଲା ଶିକ୍ଷାଧିକାରୀ କୌଣସି ଗଣମାଧ୍ୟମକୁ ଡିଇଓଙ୍କ ବିନା ଅନୁମତିରେ ପ୍ରବେଶ ନିଷେଧ କରିବା ପାଇଁ ମେସେଜ ବାର୍ତ୍ତା ଦିଆଯାଇଛି।

ଏସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ବିଭିନ୍ନ ସ୍ଥାନରେ ଅନାବଶ୍ୟକ ଭାବେ ଗଣମାଧ୍ୟମ ପ୍ରତିନିଧି ସ୍କଲୁକୁ ପ୍ରବେଶ କରୁଛନ୍ତି। ମୁଁ ମଧ୍ୟ ଦେଖିଛି କିଛି ସ୍ଥାନରେ ସେପରି ଘଟଣା ଘଟିବା ପରେ ବିଇଓ ମାନେ ସେ ଚିଠି ଜାରି କରିଛନ୍ତି । ମୁଁ ଆଶା କରିବି ଏବଂ ଅନୁରୋଧ କରିବି ସମସ୍ତ ଗଣମାଧ୍ୟମ ଆମକୁ ସହଯୋଗ କରନ୍ତୁ । ଯାହା ଆବଶ୍ୟକତା ରହିଛି ଯାହା ସମସ୍ୟା ରହିଛି ତାକୁ ନଜରକୁ ଆଣିବା ପାଇଁ ଗଣମାଧ୍ୟମ ଅଧିକାର ରହିଛି । କିନ୍ତୁ କେତେ ଗୁଡିଏ ସ୍ଥାନରେ ଗଣମାଧ୍ୟମର ଭୂମିକା ମଧ୍ୟ ଅନାବଶ୍ୟକ ଠୁ ଅଧିକ ହେଉଛି। ତେଣୁ ସେହି କଥାକୁ ଆଧାର କରି ସ୍ଥାନୀୟ କ୍ଷେତ୍ରରେ ବିଇଓ ମାନେ କରିଥିବା ମୋ ନଜରକୁ ଆସିଛି ।

ବିଭାଗର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଗଣମାଧ୍ୟମ ଉପରେ ଏପରି ଅଙ୍କୁଶ କି ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, କଥା କହିବାକୁ କାହାକୁ ପଇସା ପଡେନି । ଯାହା ଆମର ଦୋଷ ଦୁର୍ବଳତା ଆମେ ଆମର ଜାଣିଛୁ । କେବଳ ଗଣମାଧ୍ୟମ କହିଲେ ଯେ ଆମେ ଜାଣୁଛୁ ସେ କଥା ନୁହେଁ । ଆମର ବ୍ୟବସ୍ଥା ଭିତରେ ଆମେ ଚାଲୁଛୁ । ଯାହା ସମ୍ଭବ ଆମେ କରୁଛୁ । ସ୍ୱୀକୃତି ପ୍ରାପ୍ତ ଗଣମାଧ୍ୟମ ବାଦ ମଧ୍ୟ ଅନେକ ୱେବ ଚ୍ୟାନେଲ ହୋଇ ଗଲେଣି। ସେମାନେ ମଧ୍ୟ ପ୍ରେସ ମାରିକି ବୁଲୁଛନ୍ତି । ଅନାବଶ୍ୟକ ଭାବେ ସ୍କୁଲ ରେ ପଶିକି ପାଠ ପଢ଼ାରେ ଇଣ୍ଟରଭିଙ୍ଗ କରୁଛନ୍ତି। ଗଣମାଧ୍ୟମ ନାଁରେ ପିଲା ଓ ଶିକ୍ଷକ ମାନଙ୍କୁ ଏପରି ହଇରାଣ କରିବା ଅନୁଚିତ । ତେଣୁ ଅନୁମତି ନେଇ ସ୍କୁଲରେ ପଶିବାକୁ ଚିଠି କରାଯାଇଛି ।

Also Read  Loot of 3 lakh diamond from Vanity Bag in BPIA amidst high security in state capital