ମହିଳାଙ୍କ ଉପରକୁ ଏସିଡ ମାଡ଼

0
251

କଟକ: ଆଜି ଭୋରରୁ କଟକ ଜିଲ୍ଲା ତିଗିରିଆ ଥାନା ନୂଆପାଟଣାରେ ଘଟିଛି ଅଭାବନୀୟ ଘଟଣା । ଜଣେ ମହିଳାଙ୍କ ଉପରକୁ ଏସିଡ ମାଡ ହୋଇଛି । ଗୁରୁତର ମହିଳାଜଣକ ହେଲେ ୩୬ ବର୍ଷୀୟା ରୀନା ସାହୁ । ଏସିଡ ଆକ୍ରମଣ କରିଥିବା ଦୁର୍ବୃତ୍ତ ତାଙ୍କ ଘରେ ଲୁଟପାଟ କରିଥିବା ଅଭିଯୋଗ ଆଣିଛନ୍ତି ରୀନା । ତାଙ୍କ ଦେହର 50 ପ୍ରତିଶତ ମଧ୍ୟ ପୋଡି ଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସା କରାଯାଉଛି ।

ମହିଳାଙ୍କୁ ଏସିଡ ମାଡ କରି ଫେରାର ହୋଇଯାଇଛନ୍ତି ଦୃବୁର୍ତ୍ତ । ଆଜି ଭୋର ୪ଟା ରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ମହିଳା ଜଣଙ୍କ ଘରୁ ବାହାରକୁ ଆସିବା କ୍ଷଣି ହଠାତ୍‌ ତାଙ୍କୁ କେହି ଦୃବୁର୍ତ୍ତ ଏସିଡ ମାଡ଼ କରିବା ପରେ ଲୁଟପାଟ କରି ଖସି ଯାଇଥିବା ଅଭିଯୋଗ ହୋଇଛି ।

Also Read  ସମୟ ବଡ଼ ବଳବାନ: ପୂର୍ବତନ ଅର୍ଥମନ୍ତ୍ରୀ ଏବେ ଉବର ଡ୍ରାଇଭର, ଜାଣନ୍ତୁ ସେ କିଏ....

LEAVE A REPLY

Please enter your comment!
Please enter your name here