ମାର୍ଶାଘାଇରେ ଦଳିତ ଯୁବକଙ୍କୁ ନାକ ଘଷାଇବା ଘଟଣା, ଏନଏଚଆରସିର ରିପୋର୍ଟ ତଲବ

0
271

ଭୁବନେଶ୍ୱର: ଗାଁ ମନ୍ଦିରକୁ ଦାନ ଦେବାକୁ ମନା କରିବାରୁ ଜଣେ ଦଳିତ ଯୁବକଙ୍କୁ ଛେପରେ ନାକ ଘଷିବାକୁ ବାଧ୍ୟ କରାଯାଇଥିବା ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନ (ଏନଏଚଆରସି) ଓଡ଼ିଶା ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ଏହି ଘଟଣାକୁ ନେଇ ବିଭିନ୍ନ ମିଡିଆରେ ଖବର ପ୍ରକାଶ ପାଇବା ପରେ ଏନଏଚଆରସି ନିଜ ଆଡୁ ମାମଲା ରୁଜୁ କରିଛନ୍ତି । ଛଅ ସପ୍ତାହ ମଧ୍ୟରେ ଏ ନେଇ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍ ଜାରି ହୋଇଛି। ଛଅ ସପ୍ତାହ ମଧ୍ୟରେ ଏକ ରିପୋର୍ଟ ଦେବା ସହିତ କ୍ଷତିଗ୍ରସ୍ତଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ଏନଏଚଆରସି କହିଛନ୍ତି। ଏନ୍ଏଚ୍ଆରସି ଶୁକ୍ରବାର ଏକ ବିବୃତ୍ତି ଜାରି କରି କହିଛି, ବିଭିନ୍ନ ମିଡିଆରେ ଏହି ପ୍ରସଙ୍ଗରେ ଯେଉଁ ସବୁ କଥା ଉଠିଛି ତାହା ଗମ୍ଭୀର ଏବଂ ଚିନ୍ତାଜନକ । ପୀଡ଼ିତଙ୍କ ସମ୍ମାନର ଅଧିକାରକୁ ଗୁରୁତର ଭାବେ ଉଲ୍ଲଂଘନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ଶନିବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ତିଖିରି ଗ୍ରାମର ସରପଞ୍ଚ ଚାମେଲୀ ଓଝା ଉକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ମନ୍ଦିର ପୂଜା ପାଇଁ ଚାନ୍ଦା ମାଗିଥିଲେ। ଏହାପରେ ବ୍ୟକ୍ତି ଜଣକ ଭଗବାନଙ୍କ ପାଇଁ ଦାନ କରିସାରିଥିବା କହିବା ପରେ ସରପଞ୍ଚ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ତେବେ ଦଳିତ ଯୁବକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସରପଞ୍ଚ। ଅଭିଯୋଗକାରୀ ସରପଞ୍ଚ ନିର୍ବାଚନରେ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି । ତେଣୁ ତାଙ୍କ ବିରୋଧରେ ଏପରି ଏକ ମିଛ ଅଭିଯୋଗ ଜାଣି ଶୁଣି ଆଣିଛନ୍ତି । ଏହାକୁ ସେ ଖଣ୍ଡନ କରୁଛନ୍ତି ବୋଲି କହିଥିଲେ। ଏବେ ମାର୍ଶାଘାଇ ଥାନାରେ ଆଇପିସିର ବିଭିନ୍ନ ଧାରା ଏବଂ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସୁରକ୍ଷା ଅଧିନିୟମ ଅନୁଯାୟୀ ସରପଞ୍ଚ ଏବଂ ଅନ୍ୟ ତିନି ଜଣଙ୍କ ନାଁରେ ଏତଲା ରୁଜୁ ହୋଇଛି।

Also Read  ଆଗାମୀ ୨୪ଘଣ୍ଟାରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା, ୮ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ

LEAVE A REPLY

Please enter your comment!
Please enter your name here