ରାଜଧାନୀରେ ଚାଞ୍ଚଲ୍ୟ: ଯୁବକଙ୍କୁ ହତ୍ୟାକରି ପୋଡ଼ି ଦେଲେ ଦୁର୍ଵୃତ୍ତ

0
236

ଭୁବନେଶ୍ବର: ରାଜଧାନୀରେ ଜଣେ ଯୁବକଙ୍କୁ ହତ୍ୟାକରି ପୋଡ଼ି ଦେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଇନଫୋସିସ୍ ଥାନା ଅଧୀନ ଶିଖରଚଣ୍ଡୀ ପାହାଡ଼ରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର ହୋଇଛି। ବିଳମ୍ବିତ ରାତ୍ରିରେ ଯୁବକଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀମାନେ ଶବକୁ ଜାଳି ଦେବାକୁ ପ୍ରୟାସ କରିଥିଲେ। ଗୁରୁତର ଅବସ୍ଥାରେ ଅବିନାଶଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ରାତିରେ ଶିଖରଚଣ୍ଡୀକୁ କାହିଁକି ଆସିଲେ ଅବିନାଶ ? ପ୍ଲାନ୍‌ କରାଯାଇ ତାଙ୍କୁ ଏଠାକୁ ଡକା ଯାଇଥିଲା ନା ତାଙ୍କୁ କେହି ଏଠାକୁ ଆଣିଥିଲେ ? ଏସବୁ ପଛରେ କାହାର ହାତ ରହିଛି ? କିଏ ଓ କାହିଁକି ଅବିନାଶଙ୍କୁ ହତ୍ୟା କଲା ? ନା ଏହା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Also Read  ସମ୍ ହସ୍ପିଟାଲ୍‌ରେ ଟୀକାକରଣ ନେଇ ସଚେତନତା ସପ୍ତାହ ପାଳିତ

LEAVE A REPLY

Please enter your comment!
Please enter your name here