ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ, ଭଲ ସ୍ଥିତିରେ ଅଛି ଓଡ଼ିଶା

0
583

ଭୁବନେଶ୍ଵର : ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ଆଇଆଇଟି କାନପୁରର ତଥ୍ୟ ଅନୁସାରେ କୌଣସି ସ୍ଥାନ କରୋନା ମୁକ୍ତ ନୁହେଁ। ହେଲେ ସବୁ ସ୍ଥାନରେ ପୂର୍ବପରି ବ୍ୟାପିବ ନାହିଁ। କିଛି କିଛି ସ୍ଥାନରେ କରୋନା ରହିବ। ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ପୁଣି କହିଛନ୍ତି ଯେ, ଜୁନରେ ଚତୁର୍ଥ ଲହର ଆସିବ ପୂର୍ବରୁ ଆଇଆଇଟି କହିଥିଲା। ଏବେ ଚତୁର୍ଥ ଲହର ଯଥେଷ୍ଟ କମ୍ ବୋଲି କହିଛନ୍ତି। ଯଦି ଏହା ଆସେ ବିଶେଷ ପ୍ରଭାବ ପକାଇବ ନାହିଁ। ଦୁଇ ଦିନ ତଳେ ଆସିଥିବା ତଥ୍ୟ କହୁଛି କରୋନା ଆକ୍ରାନ୍ତ ବର୍ତ୍ତମାନ ଗୁରୁତର ହେଉ ନାହାଁନ୍ତି। ଯେଉଁଠି କରୋନା ବାହାରିବ ସେଠାରେ ପଦକ୍ଷେପ ନିଆଯିବ। ଏହାସହ ଦିଲ୍ଲୀକୁ କରୋନା ଆସିବା ପ୍ରାୟ ମାସେ ହେଲାଣି। ହେଲେ ଏଯାଏଁ ରାଜ୍ୟରେ ଏହାର ପ୍ରଭାବ ପଡ଼ିନାହିଁ। ରାଜ୍ୟରେ ସିଭିଅରିଟି ନାହିଁ, ହସ୍ପିଟାଲାଇଜେନ ନାହିଁ। ରାଜ୍ୟ ଏବେ ଭଲ ସ୍ଥିତିରେ ଅଛି। ତେଣୁ ଆତଙ୍କିତ ହୁଅନ୍ତୁ ନାହିଁ।

Also Read  ବିଶ୍ୱ ବିଶ୍ୱବିଦ୍ୟାଳୟ ର‌୍ୟାଙ୍କିଙ୍ଗରେ ପୁଣି କିଟ୍‍ର ସଫଳତା; ରାଜ୍ୟରେ ଶ୍ରେଷ୍ଠ ସ୍ଥାନରେ କିଟ୍‍

LEAVE A REPLY

Please enter your comment!
Please enter your name here