ରାଜ୍ୟରେ ୧୦,୪୮୯ କରୋନା ପଜିଟିଭ : ଖୋର୍ଦ୍ଧାରୁ ସର୍ବାଧିକ ୨୯୩୪

0
286
କମିଲା କରୋନା
କମିଲା କରୋନା

ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ କମିଛି କରୋନା ସଂକ୍ରମଣ । ଦିନକରେ ୧୦ହଜାର ୪୮୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶୂନରୁ ୧୮ ବର୍ଷ ବୟସର ୯୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୬୦୮୨, ସ୍ଥାନୀୟ ସଂକ୍ରମଣ ୪୪୦୭ ରହିଛି । ଖୋର୍ଦ୍ଧାରେ ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ୨୯୩୪, ସୁନ୍ଦରଗଡ଼ରୁ ୧୪୪୭, କଟକରୁ ୭୮୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କଟକରୁ ୭୮୬, ,ଷ୍ଟେଟପୁଲରୁ ୭୦୭, ବାଲେଶ୍ବରରୁ ୪୩୩, ସମ୍ବଲପୁରରୁ ୩୮୭, ମୟୂରଭଞ୍ଜରୁ ୩୮୩, ରାୟଗଡ଼ାରୁ ୨୫୩, ବଲାଙ୍ଗୀରରୁ ୨୩୮, ଝାରସୁଗୁଡାରୁ ୨୨୫, ଜଗତସିଂହପୁରରୁ ୨୦୭, ପୁରୀରୁ ୧୯୮, ଯାଜପୁରରୁ ୧୯୫, ନୟାଗଡ଼ରୁ ୧୯୩, ବରଗଡ଼ରୁ ୧୬୬, ସୋନପୁର ଓ କଳାହାଣ୍ଡିରୁ ୧୬୩ଜଣ ଲେଖାଏ, କୋରାପୁଟରୁ ୧୬୨, ନବରଙ୍ଗପୁରରୁ ୧୫୯, ଅନୁଗୁଳରୁ ୧୫୮, ଭଦ୍ରକରୁ ୧୧୮, ଗଜପତିରୁ ୧୦୯, ନୂଆପଡାରୁ ୧୦୮, କେନ୍ଦୁଝରରୁ ୧୦୫, ଗଞ୍ଜାମରୁ ୯୨, କେନ୍ଦ୍ରାପଡାରୁ ୯୦, ବୌଦ୍ଧରୁ ୮୫, ଢେଙ୍କାନାଳରୁ ୭୦, କନ୍ଧମାଳରୁ ୫୬, ମାଲକାନଗିରିରୁ ୫୫, ଦେବଗଡ଼ରୁ ୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୪୪୫୨ଆକ୍ରାନ୍ତ ।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୧,୪୪,୪୦୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୦,୬୦, ୦୬୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୭୫, ୭୯୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Also Read  3rd Meeting of State Level Security Committee for Railways

LEAVE A REPLY

Please enter your comment!
Please enter your name here