ରାଜ୍ୟର ସବୁ ଜିଲ୍ଲାରେ ଓମିକ୍ରନର ଉପସ୍ଥିତି ରହିଛି

0
621
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ବର: ରାଜ୍ୟର ମୁଖ୍ୟତଃ ୫ ଟି ଜିଲାରେ ଅଧିକା ସଂକ୍ରମଣ ହେଉଛି। ଏହାସହ ସବୁ ଜିଲ୍ଲାରେ ଓମିକ୍ରନର ଉପସ୍ଥିତି ରହିଛି। ଏହା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସେ କହିଛନ୍ତି, ଦେଶରେ ସଂକ୍ରମଣ ବଢିବା ସହ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢୁଛି। କିଛି ବିଶେଷଜ୍ଞ କହିଛନ୍ତି ଦିଲ୍ଲୀ, ମହାରାଷ୍ଟ୍ରରେ ଜାନୁଆରି ୧୫ ସୁଦ୍ଧା ପିକ ନେବ। ସେହି ଅନୁସାରେ ଆମର ତାର ୧୦ରୁ ୧୫ ଦିନ ଭିତରେ ପିକ୍ ନେବାର ସମ୍ଭାବନା ରହିଛି। ଏହା ଭିତରେ ଆମ ଟେଷ୍ଟ ସର୍ଭିଲାନ୍ ଓ ଟିକାକରଣକୁ ମଧ୍ୟ ବଢାଯାଇଛି। ଯେଉଁଭଳି ଭାବେ ଏବେ ସଂକ୍ରମଣ ବଢୁଛି ଲୋକ ତାକୁ ହାଲୁକା ନ ନେଇ ସଜାଗ ହେବା ଆବଶ୍ୟକ। ସ୍ଥିତି ଉପରେ ସରକାର ନଜର ରଖିଛିନ୍ତି। ଏପଟେ ଟେଷ୍ଟିଂ କିଟକୁ ନେଇ କଳାବଜାରୀ ବଢ଼ୁଥିବାରୁ ଆଇସିଏମଆର ଦ୍ଵାରା ଅନୁବନ୍ଧିତ କିଟରେ ଟେଷ୍ଟ କରିବାର ଆବଶ୍ୟକତା ରହିଛି।

Also Read  Alleged bribery charges puts Bhadrak VLW worker behind bars