ଶ୍ୱଶୁର ଘର ବୁଲି ଦେଖିଲେ ତପସ୍ୱିନୀ : ଆଜିଠୁ ରହିପାରନ୍ତି

0
548
ଶ୍ୱଶୁର ଘର ବୁଲି ଦେଖିଲେ ତପସ୍ୱିନୀ
ଶ୍ୱଶୁର ଘର ବୁଲି ଦେଖିଲେ ତପସ୍ୱିନୀ

ବ୍ରହ୍ମପୁର :ଶ୍ୱଶୁର ଘର ଏରୁଣ୍ଡି ବନ୍ଧ ଡେଇଁ ଭିତରକୁ ଯିବାକୁ ଦୀର୍ଘ ୪୫ ଦିନ ଧରି ତପସ୍ୱିନୀ ଜାରି ରଖିଥିବା ସଂଗ୍ରାମ ଆଜି ଶେଷ ହେବାକୁ ଯାଉଛି। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଶ୍ୱଶୁର ଘରକୁ ତପସ୍ୱିନୀଙ୍କ ରହିବା ଉପଯୋଗୀ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ । ଆଜି ସନ୍ଧ୍ୟା ସୁଦ୍ଧା ଶେଷ ହୋଇଯିବ ବୋଲି ଆଶା ବି ରହିଛି। ଏହାପରେ ତପସ୍ୱିନୀ ମଧ୍ୟ ଘର ବୁଲି ଦେଖିବା ସହ ଆଜି ସନ୍ଧ୍ୟାରୁ ନିଜ ଶ୍ୱଶୁର ଘରେ ପ୍ରବେଶ କରିପାରନ୍ତି ବୋଲି ମଧ୍ୟ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀ ଦାସ ବିବାଦ ମାମଲାରେ ଜିଲ୍ଲା କୋର୍ଟଙ୍କ ରାୟକୁ ଦୁଇ ଦିନ ବିତିଗଲାଣି। ତପସ୍ୱିନୀ ଶ୍ୱଶୁର ଘରେ ରହିବେ ବୋଲି ଜିଲ୍ଲା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଘର ସଫା କରିବାକୁ  ଶ୍ୱଶୁର ୨ ଦିନ ସମୟ ମାଗିଥିବା ବେଳେ ସେପରି  ଘର ଆଗରେ ବସି ରହିଛନ୍ତି ତପସ୍ୱିନୀ। ଏନେଇ ତପସ୍ୱିନୀଙ୍କ ଶ୍ୱଶୁରଙ୍କୁ ପଚାରିବାରୁ କହିଛନ୍ତି, ଘରକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରାଯାଉଛି। ଘରକୁ ପରିଷ୍କାର କରାଯାଇଛି । ଆଉ କିଛି କାମ ବାକି ଅଛି। ତପସ୍ୱିନୀଙ୍କୁ ସବୁ ମୌଳିକ ସୁବିଧା ଯୋଗାଇ ଦେବାକୁ ଚେଷ୍ଟା ଚାଲିଛି। ଆଜି ସୁଦ୍ଧା କାମ ସାରିବାକୁ ଚେଷ୍ଟା ଚଲାଇଛୁ। ଆଜି ବି ଚାହିଁଲେ ସେ ରହିପାରିବେ। ଯେଉଁ ଘର ତାଙ୍କୁ ଦିଆଯାଉଛି ତାଙ୍କ ପାଇଁ ତାହା ଯଥେଷ୍ଟ ବଡ଼ ଓ ସେଥିରେ ଯଥେଷ୍ଟ ସୁବିଧା ଅଛି ।

ଅପରପକ୍ଷେ, ରହିବା ପୂର୍ବରୁ ତପସ୍ୱିନୀ ଆଜି ଘର ବୁଲି ଦେଖିଛନ୍ତି। ଏଥିସହ କହିଛନ୍ତି, ମୁଁ ଏକୁଟିଆ ରହିବି। ମୋ ସୁରକ୍ଷାର ଦାୟିତ୍ୱ ମୋର। ସବୁ ସୁବିଧା ହୋଇଗଲେ ଆଜି ସନ୍ଧ୍ୟା ସୁଦ୍ଧା ଆସିଯାଇପାରେ । ସେପଟେ ଜିଲ୍ଲା କୋର୍ଟଙ୍କ ରାୟ ଆସିବା ପରେ ବ୍ରହ୍ମପୁର ବ୍ରହ୍ମାନଗର ଅଂଚଳରେ ଲାଗିଥିବା ୧୪୪ ଧାରା ହଟାଇ ଦେଇଛି ପୁଲିସ୍‌ । ଏଥିସହ ୨୪ ଘଣ୍ଟିଆ ପୁଲିସ୍‌ ପହରା ବି ହଟାଇ ଦିଆଯାଇଛି । ପୁଲିସ୍‌ ବ୍ୟାରିକେଡ୍ ହଟିଥିବାବେଳେ ଅଂଚଳରେ ମୁତୟନ ହୋଇଥିବା ପୁଲିସ୍‌ ଫୋର୍ସକୁ ମଧ୍ୟ ହଟାଇ ଦିଆଯାଇଛି ।

Also Read  Husband ends life jumping into wife's funeral pyre in Odisha