ସୋସିଆଲ ମିଡିଆ ପୋଷ୍ଟ ପାଇଁ ହତ୍ୟା: କହ୍ନୈୟାଙ୍କ ହତ୍ୟାକୁ ବିରୋଧ କରିଥିବା ବିଜେପି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ

0
502

ବେଙ୍ଗାଲୁରୁ: ଗତମାସରେ ବିଜେପିର ପୂର୍ବତନ ଜାତୀୟ ପ୍ରବକ୍ତା ନୂପୁର ଶର୍ମାଙ୍କୁ ସମର୍ଥନ କରିଥିବାରୁ ଉଦୟପୁରର ଦର୍ଜି କହ୍ନୈୟା ଲାଲଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ସାରା ଦେଶ ବିରୋଧ କରିବା ସହ ଦୋଷୀକୁ ଦଣ୍ଡ ଦେବା ପାଇଁ ଦାବି କରିଥିଲା। ସମସ୍ତଙ୍କ ଭଳି କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାରେ ଜଣେ ବିଜେପି କର୍ମୀ ମଧ୍ୟ ଏହି ଘଟଣା ବିରୋଧ କରି ପୋଷ୍ଟ କରିଥିଲେ। ହେଲେ ତାଙ୍କୁ ଜଣାନଥିଲା ଯେ ଏଥିପାଇଁ ତାଙ୍କର ମଧ୍ୟ ଜୀବନ ଚାଲିଯିବ। ଉଦୟପୁରରେ ଦର୍ଜି କହ୍ନୈୟା ଲାଲଙ୍କ ନିର୍ଦ୍ଦୟ ହତ୍ୟାକୁ ବିରୋଧ କରି ବିଜେପି ଯୁବ ମୋର୍ଚ୍ଚା କର୍ମୀ ଏକ ପୋଷ୍ଟ କରିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସାମ୍ନାକୁ ଆସିଛି।

ସୂଚନା ମୁତାବକ, ମଙ୍ଗଳବାର ଦିନ କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାରେ ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଚିବ ପ୍ରବୀଣ ନେଟ୍ଟାରୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରବୀଣ ବେଲାର ଅଞ୍ଚଳ ନିକଟରେ ଏକ କୁକୁଡ଼ା ଦୋକାନ ଚଳାଉଥିଲେ। ଦିନସାରା କାମ କରିବା ପରେ, ଯେତେବେଳେ ପ୍ରବୀଣ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ରାତି ପ୍ରାୟ ୯ଟା ସମୟରେ ବାଇକ୍ ଯୋଗେ କିଛି ଦୁର୍ବୃତ୍ତ ଆସି ଧାରୁଆ ଅସ୍ତ୍ରରେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ପରେ ପ୍ରବୀଣଙ୍କର ମୃତ୍ୟୁ ହୋଇଥିଲା।

କୁହାଯାଉଛି ଯେ ଜୁନ୍ ୨୯ରେ ପ୍ରବୀଣ ସୋସିଆଲ ମିଡିଆରେ ଦର୍ଜି କହ୍ନୈୟା ଲାଲଙ୍କ ହତ୍ୟାକୁ ବିରୋଧ କରି ଏକ ପୋଷ୍ଟ କରିଥିଲେ। ଏଥିରେ ସେ ଏକ ଫଟୋ ମଧ୍ୟ ସେୟାର କରିଥିଲେ। ସେ ନିଜ ପୋଷ୍ଟରେ ଲେଖିଥିଲେ ଯେ ରାଷ୍ଟ୍ରବାଦୀ ଚିନ୍ତାଧାରାକୁ ସମର୍ଥନ କରିବା ପାଇଁ ଜଣେ ଦର୍ଜିଙ୍କ ଗଳା କାଟି ହତ୍ୟା କରାଯାଇଛି ଏବଂ ଏହାର ଭିଡିଓ ମଧ୍ୟ ରେକର୍ଡ କରାଯାଇଛି। ପ୍ରବୀଣ କରିଥିବା ଏଭଳି ପୋଷ୍ଟ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଏବେ ଚର୍ଚ୍ଚା ହେଉଛି।

Also Read  ରେଭେନ୍ସା କ୍ରୀଡ଼ା ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମସଗୁଲ୍ ଛାତ୍ରଛାତ୍ରୀ : ସିଏମସିର ନୋଟିସ୍ ଜାରି

LEAVE A REPLY

Please enter your comment!
Please enter your name here