ହାତୀମାନଙ୍କୁ ସୁରକ୍ଷା ଦେବା ପାଇଁ ନୂଆ ବ୍ୟବସ୍ଥା କରାଯିବ

0
530

ଭୁବନେଶ୍ବର: ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣାକୁ ନେଇ ପୂର୍ବତଟ ରେଳବାଇର ବରିଷ୍ଠ ଅଧିକାରୀମାନଙ୍କ ସହ ପିସିସିଏଫଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରେଳ ଦୁର୍ଘଟଣା ନେଇ ଆଲୋଚନା କରାଯାଇଛି। ଏନେଇ ସେ କହିଛନ୍ତି, ଆସନ୍ତା ୩୦ ତାରିଖରେ ସିସିଏଫ ଓ ରେଳ ବିଭାଗର ଅଧିକାରୀ ଏହି ମାମଲାର ତଦନ୍ତ କରିବେ। କଣ୍ଟ୍ରୋଲ ରୁମର ସ୍ଥିତି ଅନୁଧ୍ୟାନ କରାଯିବ। ଘଟଣାର ତଦନ୍ତ ନେଇ ତାଙ୍କୁ ରିପୋର୍ଟ ଦେବେ ସିସିଏଫ।

ହାତୀକୁ ଦେଖିଲା ପରେ ଏମରଜେନ୍ସି ବ୍ରେକ ମାରିଥିଲେ ଲୋକୋ ପାଇଲଟ। ହାତୀର ଗତିବିଧି ନେଇ ରେଳ ବିଭାଗ ପାଖରେ ଖବର ଥିଲା। ଉଚିତ ପଦକ୍ଷେପ ନିଆଯାଇଥିବା ରେଳବାଇ ଅଧିକାରୀମାନେ ବୈଠକରେ କହିଛନ୍ତି। ହାତୀକୁ ଦେଖିଲା ପରେ ଏମରଜେନ୍ସି ବ୍ରେକ ମାରିଥିଲେ ଲୋକୋ ପାଇଲଟ। ହାତୀକୁ ସୁରକ୍ଷା ଦେବା ପାଇଁ ନୂଆ ବ୍ୟବସ୍ଥା କରାଯିବ ବୋଲି ବି ସେ କହିଛନ୍ତି।

Also Read  ITER job scam: Arrested consultant Manas taken on 3-day remand